MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ପୂର୍ବ ସୂଚନା ନଥିବାରୁ ଜନ ପ୍ରତିନିଧି ମାନଙ୍କ କ୍ଷୋଭ ପ୍ରକାଶ


ବାଲିଗୁଡା,(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ବଳଭଦ୍ର ଦୀପ୍, ଉପ- ଜିଲାପାଳ ଡା. ରୀନା ପ୍ରଧାନ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଂଚାସୀନ ଥିଲେ । ସମୁଦାୟ ୪୯ ଗୋଟି ଅଭିଯୋଗ ମଧ୍ୟରେ ୩୯ ଟି ବ୍ୟକ୍ତିଗତ ଏବଂ ୧୦ଟି ସାମୁହିକ ଅଭିଯୋଗର ଶୁଣାଣି ହୋଇଛି I ପଡିକାର୍ଡ, ଆବାସ ଯୋଜନା, ବାଲିଗୁଡା କୁଟିକିଆ,ପଦ୍ମାପଦରକୁ ସଂଯୋଗ କରୁଥିବା ଝୁଲାପୋଲ, ଖମନଖୋଲରେ ଆମ୍ବୁଲାନ୍ସ ସୁବିଧା, ବାରଖମା ମେଡିକାଲରେ ଏକ୍ସରେ ମେସିନ ମରାମତି, ରାସ୍ତାଘାଟ ଆଦି ସମ ଅଭିଯୋଗ ଆସିଥିଲା। ଏହି ଅବସରରେ କିଛି ହିତାଧିକାରୀଙ୍କୁ ହୁଇଲଚେୟାର ଓ ଟ୍ରାଇସାଇକେଲ ଏବଂ ଦୁଇଜଣଙ୍କୁ ନୂତନ ବିଧବା ଭତ୍ତା ଦିଆଯାଇଛି। ଅନ୍ୟପଟେ ଅଭିଯୋଗ ଶୁଣାଣି ସମ୍ପର୍କରେ ପୂର୍ବରୁ ପୂର୍ବ ସୂଚନା ଦିଆଯାଇ ନଥିବାରୁ ବାଲିଗୁଡା ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧ ପରିଷଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲେ ଆମ ଅଞ୍ଚଳର ସମସ୍ୟା ଲୋକେ ଉପସ୍ଥାପନ କରି ପାରିଥାନ୍ତେ । କିନ୍ତୁ ତାହା ହୋଇପାରି ହୋଇପାରିଲା ନାହିଁ ବୋଲି ପରିଷଦର ସଭାପତି ତାପ ମଲ୍ଲିକ, ଉପସଭାପତି ପରମାନନ୍ଦ ନାୟକ, ସମ୍ପାଦକ ଅଶୋକ ମଳିକ, କୋଷାଧକ୍ଷ ଜାନକୀ କହଁର, ଉପଦେଷ୍ଟା ରଘୁନାଥ ମଳିକଙ୍କ ସମେତ ଅନ୍ୟ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।