February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ୱାରେଣ୍ଟି କୁ ଗିରଫ କରିବାକୁ ଯାଇ ସଂଘବଦ୍ଧ ଆକ୍ରମଣ ଶିକାର ହେଲେ ଜୟପାଟଣା ପୋଲିସ ।


ମୋ ଟିଭି ଓଡିଶା / କଳାହାଣ୍ଡି : ୧୪/୦୮


କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ୱାରେଣ୍ଟି ମାନଙ୍କୁ ଗିରଫ କରିବାକୁ ଯାଇ ସଂଘବଦ୍ଧ ଆକ୍ରମଣର ଶିକାର ହେବା ସହ ୫ ପୋଲିସ ଆହତ ହୋଇଥିବା ଜଣାପଡିଛି।ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଯାଇ ପୋଲିସ ଆକ୍ରମଣ ର ଶିକାର ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଜୟପାଟଣା ଥାନା ମଙ୍ଗଳପୁର ଗ୍ରାମର ଅଲେଖନିରଞ୍ଜନ ସୁନା, ଦେବକୀ ସୁନା, ସନେଇ ସୁନା, ସାନ ସୁନା ଓ ହିମାଂଶୁ ସୁନା ଙ୍କ ନାମରେ ଆଇପିସି ୪୯୮ଏ, ୩୦୭,୨୯୪,୩୨୩,୫୦୬,୪ଡିପି ଆକ୍ଟ ରେ ମାମଲାରେ ଜୟପାଟଣାରେ କେଶ ରୁଜୁ ହୋଇଥିବା ବେଳେ ଘଟଣା ଏହା କୋର୍ଟରେ ବିଚାରଧୀନ ରହିଛି। କୋର୍ଟ ଉକ୍ତ ମାମଲାର ବିଚାର କରି ଅଭିଯୁକ୍ତ ମାନଙ୍କ ନାମରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ।

ଏ ନେଇ ପୋଲିସ ଆଜି ମଙ୍ଗଳପୁର ଗାଁକୁ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଯାଇଥିଲା। ହେଲେ ଅଭିଯୁକ୍ତ ମାନେ ଯୋଜନାବଦ୍ଧ ହୋଇ ପୋଲିସ ଉପରକୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ମାନେ ସଂଘବଦ୍ଧ ଭାବରେ ପୋଲିସ ଉପରକୁ ଲଙ୍କା ଗୁଣ୍ଡ ଫୋପାଡ଼ିବା ସହ ଠେଙ୍ଗା, ଖଣ୍ଡା ଭଳି ଅସ୍ତ୍ରରେ ଆକ୍ରମଣ କରିଥିଲେ ଯାହାଫଳରେ ହାତରେ ଆହତ ଲାଗିଥିବା ଜଣାପଡିଛି।ଏମିତିକି ପୋଲିସ ର କାନକୁ ମଧ୍ୟ କାମୁଡି ଆହତ କରାଯାଇଛି। ଏଥିରେ ଆଇଆଇସି ସହ ପାଞ୍ଚ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ସମସ୍ତ ଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା କରାଯାଇଛି। ଏ ଦିଗରେ ପୋଲିସ ଆମପାଣି ରୁ ଫୋର୍ସ ମଗାଇ ପାଞ୍ଚଜଣ ୱାରେଣ୍ଟିକୁ ଗିରଫ କରିଥିବା ଜଣାପଡ଼ିଛି।ପୋଲିସ ଉପରକୁ ଏଭଳି ଆକ୍ରମଣ କରିବା ଅଞ୍ଚଳରେ ନୂଆ ଘଟଣା ଦେଖିବାକୁ ମିଳିଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।