February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାତି ପାହିଲେ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା।

ଖୋର୍ଦ୍ଧା – ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ଗ୍ରାମ ଠାରେରେ ପ୍ରତିଷ୍ଠିତ ସର୍ବ ପୂରାତନ ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ବିଜୟା ରଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ।

ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ରଥ ଓ ପଥ ପ୍ରସ୍ତୁତ ସରିଛି।ଅଶୋକାଷ୍ଟମୀ ରଥ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରୁ ପାତପତନୀ ଓ ଆଜ୍ଞାମାଳ ଆଣିବା ପାଇଁ ଟାଙ୍ଗୀ ତହସିଲଦାର ଓ ମନ୍ଦିର ପରିଚାଳନା କମିଟି ଦାୟିତ୍ୱ ନେଇଛନ୍ତି। ୧୬ ତାରିଖ ଅଷ୍ଟମୀ ଦିନ ରଥଯାତ୍ରା ହେବ l ପୂର୍ବାହ୍ନରେ ରଥ ପ୍ରତିଷ୍ଠା ପରେ ଶ୍ରୀ କପିଳେଶ୍ୱରଙ୍କ ଦ୍ବାରା ଆମନ୍ତ୍ରିତ ହୋଇ ଅପରାହ୍ନ ସୁଦ୍ଧା ଆରେଡିରୁ ବଡ ଭାଇ ଗ୍ରାମେଶ୍ୱର ଦେବ ଓ ଭାଉଜ ଗ୍ରାମେଶ୍ବରୀ ଆସି ବିଜେ ମଣ୍ଡପରେ ବିଜେ କରିବେ।

ଏହାପରେ ନିଜ ମନ୍ଦିର ରୁ ଶ୍ରୀ କପିଳେଶ୍ୱର ଦେବ ଓ ମା ପାର୍ବତୀ ଆସି ଉକ୍ତ ମଣ୍ଡପରେ ବିଜେ କରିବେ। ଠାକୁରଙ୍କ ରିତିନିତି ଅନୁଯାୟୀ ପୂଜା ନୀତି ସଂପନ୍ନ ପରେ ଭୋଗ ଲାଗି ହେବ। ପରେ ଠାକୁର ପହଣ୍ଡି ହୋଇ ରଥାରୂଢ଼ ହେବେ। ଠାକୁର ରଥାରୂଢ ପରେ ଭକ୍ତ ଶ୍ରଦ୍ଧାଳୁମାନେ ରଥକୁ ବିଲମାଳ ଗହିର ମଧ୍ୟରେ ଟାଣି ଟାଣି ପଣା କିଆରୀ ପଯ୍ୟନ୍ତ ନେବେ। ନବମୀ ସଂଧ୍ୟାରେ ଠାକୁର ମାନଙ୍କୁ ରଥରୁ ଗୁଣ୍ଡିଚା ମନ୍ଦିରକୁ ନିଆ ଯିବ। ଦଶମୀ ରେ ଚାରି ଭଉଣୀ ମା ସରସ୍ବତୀ, ଲକ୍ଷ୍ମୀ,କାଳୀ, ନାରାୟଣୀ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଅଭିମାନ ରେ ରଥର ଏକ ଅଂଶ କୁ ଭାଙ୍ଗି ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।

ଏକାଦଶୀ ରେ ରଥର ଦିଗ ପରିବର୍ତ୍ତନ କରାଯିବ। ପରେ ୨୦ ତାରିଖ ଦ୍ଵାଦଶୀ ରେ ଠାକୁର ମାନେ ଗୁଣ୍ଡିଚା ମନ୍ଦିରରୁ ବାହାରି ଗ୍ରାମ ରେ ଭୋଗ ଖାଇ ରଥାରୂଢ଼ ହେବେ।ରଥ ପଣାକିଆରୀରେ ପହଞ୍ଚିଲା ପରେ ସେଠାରୁ ଠାକୁରଙ୍କୁ ସ୍ୱତନ୍ତ୍ର ରିତିନିତି ଅନୁସାରେ ମାଉସୀମା ମନ୍ଦିର କୁ ନିଆଯିବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।