MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଋଣ ଟଙ୍କା ନେଇ ମହିଳା ଫେରାର


ମୋ ଟିଭି ଓଡିଶା / ଆଗରପଡ଼ା :୧୪/୦୮:

ଜନୈକା ମହିଳା ବିଭିନ୍ନ ମହିଳାଙ୍କ ନାମରେ ଗ୍ରୁପରୁ ଋଣ ଉଠାଇ ପରିଶୋଧ କରିବା ପରିବର୍ତ୍ତେ ତାକୁ ନେଇ ଫେରାର ହୋଇଯାଇଥିବା ବନ୍ତ ଥାନାରେ ଅଭିଯୋଗ ହୋଉଥିବା ଜଣାପଡ଼ିଛି । ବନ୍ତ ଥାନା ଅନ୍ତର୍ଗତ ଚାଇଁପୁର ଗ୍ରାମର କିଛି ମହିଳାଙ୍କୁ ଉକ୍ତ ଗ୍ରାମର ଅନ୍ୟ ଜଣେ ମହିଳା ତାଙ୍କର ଅର୍ଥର ଆବଶ୍ୟକତାଥିବା କହି ସେମାନଙ୍କ ନାମରେ ଗ୍ରୁପରୁ ଲୋନ ଉଠାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଲୋନର କିସ୍ତି ଦେବା ବନ୍ଦ କରିଦେବାରୁ ଯେଉଁ ମହିଳା ମାନଙ୍କ ନାମରେ ଅଭିଯୁକ୍ତ ମହିଳା ଲୋନ ଉଠାଇଥିଲେ ସେମାନେ ଏକତ୍ରିତ ହୋଇ ଖବର ନେବାରୁ ଜାଣିବାକୁ ପାଇଥିଲେ ଯେ ଅଭିଯୁକ୍ତକାରି ମହିଳାଜଣଙ୍କ ଗାଁ ଛାଡ଼ି ବାହାରକୁ ପଳାଉଛନ୍ତି । ଏବଂ ବ୍ୟବହାର କରୁଥିବା ମୋବାଇଲ୍‌କୁ ମଧ୍ୟ ବନ୍ଦ କରିଦେଇଛନ୍ତି । ଏଥିନେଇ ତାଙ୍କ ପରିବାରସହ ଯୋଗାଯୋଗ କରିବାରୁ ସେମାନେ ଏହି ବିଷୟରେ କିଛି ଜାଣିନଥିବା କହିବା ସହ ସେମାନଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ତେଣୁ କିସ୍ତି ଦେବାରେ ମହିଳାମାନେ ସର୍ବ ସମ୍ମୁଖରେ ଅପମାନିତ ହେଉଥିବାରୁ ସେମାନେ ସେମାନଙ୍କ ଋଣ ଟଙ୍କା କିପରି ଫେରସ୍ତ ପାଇପାରିବେ ସେଥିନେଇ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।