January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭାରତ ରାଜନୀତିର ଅଜାତ୍ ଶତ୍ରୁ ।

ଜଣେ ଜନନାୟକ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ, ମହାନ ଆତ୍ମାଙ୍କ ଆଜି ପୁଣ୍ୟ ତିଥି । ଭାରତ ରାଜନୀତିର ଅଜାତ୍ ଶତ୍ରୁ । ସଭିଙ୍କ ପ୍ରିୟ ସେ ସଦାବେଳେ ସବୁ ନିଷ୍ପତ୍ତିରେ ଅଟଳ । । ଆଜି ଏହି ଦିନରେ ସମଗ୍ର ଦେଶ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭାରତ ପ୍ରତି ତାଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଶ୍ରଦ୍ଧା ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସମାଜ ଓ ରାଷ୍ଟ୍ର ପ୍ରତି ତାଙ୍କର ସେବା ଅତୁଳନୀୟ ।ପ୍ରଧାନମନ୍ତ୍ରୀ ଥିବା ବେଳେ ବାଜପାୟୀଙ୍କୁ “ରାଇଟ୍ ମେନ୍, ଇନ୍ ଏ ରଙ୍ଗ୍ ପାର୍ଟି” ବୋଲି ବିରୋଧୀ ସମାଲୋଚନା କରୁଥିଲେ। ଅର୍ଥାତ୍, ବାଜପାୟୀଙ୍କ ଦଳକୁ ବିରୋଧ କଲେବି, ବାଜପାୟୀଙ୍କୁ କେହି ବିରୋଧ କରୁନଥିଲେ। ଭାରତୀୟ ରାଜନୀତିର ଇତିହାସରେ ଏହା ଏକ ବିରଳ ଘଟଣା ଅଟେ ।ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ପ୍ରତ୍ୟେକ ବିରୋଧୀ ଦଳର ସମ୍ମାନ ମଧ୍ୟ ପାଇଥିଲେ । ଜଣେ ପ୍ରଧାନମନ୍ତ୍ରୀ ଭାବରେ ସେ ଦେଶର ପ୍ରଗତିରେ ବହୁତ ସହଯୋଗ କରିଥିଲେ ।

ପୂଣ୍ୟତିଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ଦେଶ। ରାଜନୀତିର ଭୀଷ୍ମ ପିତାମହଙ୍କୁ ମନେ ପକାଉଛନ୍ତି ରାଜନୈତିକ ସହକର୍ମୀ ଓ ଦେଶର ଜନସାଧାରଣ। ୨୦୧୮ ମସିହା ଆଜିର ଦିନରେ ୯୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅଟଳ ବିହାରୀ ବାଜପେୟୀ। ରାଷ୍ଟ୍ର ପ୍ରତି ସମର୍ପଣ ଭାବ, ସହକର୍ମୀଙ୍କ ପ୍ରତି ଉଦାରତା ଓ ବିରୋଧୀଙ୍କୁ ସମ୍ମାନ ଆଜି ତାଙ୍କୁ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଅମର କରି ରଖିଛି। ଭାରତୀୟ ରାଜନୀତିର ଅଜାତଶତ୍ରୁ କୁହାଯାଉଥିବା ଏହି ମହାନତମ ନେତା। ଅଟଳ ବିହାରୀ ବାଜପେୟୀ ଭାରତୀୟ ରାଜନୀତି ଇତିହାସର ଏକ ମାତ୍ର ଏଭଳି ନେତା ଥିଲେ ଯାହାଙ୍କ କଥା, କବିତାରେ ବିରୋଧୀ ବି ତାଳି ମାରୁଥିଲେ। ବାଜପେୟୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ବିଚାରଧାରାକୁ ଅନୁସରଣ କରୁଥିଲେ । ରାଜନୀତିରେ ଉଦାରବାଦ, ସମାନତାକୁ ବିଶ୍ୱାସ ରଖୁଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ୨୫ ଡିସେମ୍ବର, ୧୯୨୪ରେ ମଧ୍ୟପ୍ରଦେଶ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ। ଗ୍ୱାଲିଅରରେ ସ୍କୁଲ ଓ କଲେଜ୍ ପାଠପଢା ଶେଷ କରିଥିଲେ ବାଜପେୟୀ । ତାଙ୍କ ବାପା କୃଷ୍ଣ ବିହାରୀ ବାଜପେୟୀ ଜଣେ ଶିକ୍ଷକ ଏବଂ କବି ଥିଲେ । ଆଉ ତାଙ୍କର ଏହି ଗୁଣ ଅଟଳ ବିହାରୀ ବାଜପେୟୀଙ୍କ ଠାରେ ଦେଖିବାକୁ ମିଳିଥିଲା । ଜଣେ ରାଜନେତା ଭାବେ ଅଟଳ ବିହାରୀ ବାଜପେୟୀ ଯେତିକି ସଫଳ ଥିଲେ, ସେତିକି ଲୋକପ୍ରିୟ ଥିଲେ ନିଜର କାଳଜୟୀ କବିତା ପାଇଁ । ନିଜର ଦୀର୍ଘ ୫ ଦଶନ୍ଧିର ସକ୍ରିୟ ରାଜନୈତିକ କ୍ୟାରିୟରରେ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବାଜପାୟୀ ୨ଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ୩ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବାଜପେୟୀ । କ୍ରମାଗତ ଦୁଇ ଦୁଇ ଥର ମେଂଟ ସରକାର ଗଠନରେ ବିଫଳ ହେବା ପରେ ତୃତୀୟଥର ତାଙ୍କୁ ମିଳିଥିଲା ସଫଳତା । ଦେଶର ପ୍ରଥମ ଅଣ କଂଗ୍ରେସ ଦଳର ନେତା ଭାବେ ୧୯୯୯ ମସିହାରେ ପ୍ରଧାନମନ୍ତ୍ରୀ ଗାଦିରେ ବସି ୫ବର୍ଷ ପୁରା କରିଥିଲେ ବାଜପେୟୀ।

ସତ୍ୟାନନ୍ଦ ପାଣିଗ୍ରାହୀ

Latest news