MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁଣି ଟ୍ରେନ ଦୁର୍ଘଟଣା: ଉତ୍ତର ପ୍ରଦେଶରେ ଟ୍ରାକରୁ ଖସିଲା ‘ସାବରମତି ଏକ୍ସପ୍ରେସ୍‌’, 22ଟି ବଗି ଲାଇନଚ୍ୟୁତ

ମୋ ଟିଭି ଓଡିଶା ବ୍ୟୁରୋ : ପୁଣି ଲାଇନଚ୍ୟୁତ ହେଲା ଏକ୍ସପ୍ରେସ୍‌ ଟ୍ରେନ । ଉତ୍ତର ପ୍ରଦେଶ କାନପୁର ନିକଟରେ ସାବରମତୀ ଏକ୍ସପ୍ରେସ (19168)ର ଇଞ୍ଜିନ ସମେତ 22ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିରେ କେହି ଯାତ୍ରୀ କିମ୍ବା ରେଳ କର୍ମଚାରୀ ମୃତାହତ ହୋଇନାହାନ୍ତି । ଟ୍ରେନଟି ଉତ୍ତର ପ୍ରଦେଶ ବାରାଣସୀରୁ ଗୁଜୁରାଟ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା । ଆଜି ରାତି ପ୍ରାୟ ସାଢେ 2ଟା ସମୟରେ କାନପୁର ଏବଂ ଭୀମସେନ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକରେ ବଡ ପଥର ଖଣ୍ଡ ପଡିଥିବାରୁ ଇଞ୍ଜିନ ଧକ୍କା ଖାଇବାରୁ 22 ଲାଇନଚ୍ୟୁତ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ରେଳବାଇ ଟେକ୍ନିକାଲ ସପୋର୍ଟ ଟିମ୍‌ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍‌ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ‘‘ସାବରମତୀ ଏକ୍ସପ୍ରେସ (ବାରାଣାସୀରୁ ଅମଦାବାଦ)ର ଇଞ୍ଜିନ ଟ୍ରାକରେ ଥିବା ପଥରକୁ ଧକ୍କା ଦେଇ ଆଜି ସକାଳ 2ଟା 35 ମିନିଟରେ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି । ଯାତ୍ରୀ କିମ୍ବା କର୍ମଚାରୀମାନେ କୌଣସି ଆଘାତ ପାଇନାହାନ୍ତି । ପୋଲିସ ଓ ଗୁଇନ୍ଦା ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଟ୍ରେନରେ ଥିବା ଯାତ୍ରୀମାନଙ୍କ ପାଇଁ ବିକଳ୍ପ ଯାତ୍ରା ବ୍ୟବସ୍ଥା କରାଯାଇଛି,’’ ବୋଲି ରେଳ ମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି ।

ଦୁର୍ଘଟଣା ପରେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । 6ଟି ଟ୍ରନରେ ଗତିପଥ ପରିବର୍ତ୍ତନ କରିବାକୁ ପଡିଥିବା କିଛି ଟ୍ରେନ ବାତିଲ ହୋଇଛି । ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇଟାୱା-ଦିଲ୍ଲୀ-ଝାନ୍ସି ରୁଟରେ ନିର୍ଦ୍ଧାରିତ 6ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । କାନପୁର ସେଣ୍ଟ୍ରାଲରୁ ଚିତ୍ରକୋଟକୁ ଯାଉଥିବା (14110-14109) ଟ୍ରେନ ଓ ଖଜୁରାହୋରୁ କାନପୁର ସେଣ୍ଟ୍ରାଲକୁ ଆସୁଥିବା (04143) ଟ୍ରେନକୁ ବାତିଲ କରାଯାଇଛି । ନିକଟରେ ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟିଛି । ବାରମ୍ବାର ଟ୍ରେନ ଦୁର୍ଘଟଣାକୁ ନେଇ ରେଳଯାତ୍ରାର ନିରପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଯାତ୍ରୀମାନଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଲାଣି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।