ମୋ ଟିଭି ଓଡିଶା / ଆଗରପଡ଼ା : ୧୭/୮
ବନ୍ତ ବ୍ଳକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ସାନସାହୁପଡ଼ା ଗ୍ରାମର କାଶୀନାଥ ଦାସଙ୍କପୁଅ ଚକ୍ରଧର(୫୮)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ସେହି ପଂଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ଅମର ସେଠୀ (୨୯)ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ;ଚକ୍ରଧର ନିକଟସ୍ଥ କେନାଲ ବନ୍ଧ ବଉଳାଶୁଣୀ ଠାକୁରାଣୀ ପୀଠ ଜମିରେ ଚାଷକାର୍ଯ୍ୟ ସାରି ଛେଳି ଚରାଉଥିଲେ । ଏହି ସମୟରେ ବାଦଲ ଫୁଟା ବର୍ଷା ସହ ବଜ୍ରାଘାତ ହେବାରୁ ସେ ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ଏହା ଦେଖି ନିକଟସ୍ଥ ଜମିରେ ଚାଷକାର୍ଯ୍ୟ କରୁଥିବା ଲୋକେ ତୁରନ୍ତ ତାଙ୍କୁ ଆଗରପଡ଼ା ମେଡ଼ିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ଏଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ପତ୍ନୀଙ୍କ ସହ ୨ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଏହି ଅକାଳ ମୃତ୍ୟୁ ଖବର ପାଇ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ସରପଂଚ ସବିତା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ତାଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେହିପରି ଉକ୍ତ ପଂଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ଅମର ସେଠୀ(୨୯) ବିଲରେ ଚାଷ କରୁଥିବା ସମୟରେ ବଜ୍ରପାତରେ ଗୁରୁତର ହୋଇ ବର୍ତ୍ତମାନ ଆଗରପଡ଼ା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
More Stories
ମହାରାଷ୍ଟ୍ରର ଜଲଗାଁଓରେ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
ବିଲ ମଝିରେ ଜଳିଗଲା ମୋଟର ସାଇକେଲ।