ମୋ ଟିଭି ଓଡିଶା / କଳାହାଣ୍ଡି : ୧୭/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ହେମନ୍ତ ମାଝୀଙ୍କ ସ୍ତ୍ରୀ ମଧୁକାନ୍ତି ଦିଶାରୀ(୨୩) ଙ୍କୁ ଶନିବାର ସକାଳୁ ପେଟବ୍ୟଥା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠି ଅବସ୍ଥାରେ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହେବାପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନ ଜଣାଇ ପରିବାର ଲୋକେ ଶବକୁ ଏକ ଅଟୋରେ ନେଇ ଯାଉଥିବା ବେଳେ ଡାକ୍ତରଖାନାରେ ଡ୍ୟୁଟିରେ ଥିବା ସିକ୍ୟୁରିଟି କର୍ମଚାରୀ ମାନେ ଅଟକାଇବା ସହ ଏନେଇ ଭାରପ୍ରାପ୍ତ ଡାକ୍ତର ଙ୍କୁ ଖବର ଦେଇଥିଲେ।
ପରେ ଘଟଣା ସମ୍ପର୍କରେ ଆମପାଣି ପୋଲିସକୁ ଡାକ୍ତରଖାନା କତ୍ତୃପକ୍ଷ ସୂଚନା ଦେଇଥିଲେ। ପରେ ପୋଲିସ ପହଞ୍ଚି ଶବ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କରି ଶବ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ୭/୨୪ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଳି କହିବା ସହ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଏସ.ଆଇ ମିନତୀ ବଡ଼ ନାୟକ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ୪ ବର୍ଷ ତଳେ ହେମନ୍ତ ମାଝୀ ମହିଳାଙ୍କୁ ସର୍ଗିଗୁଡା ଗ୍ରାମ ରୁ ପ୍ରେମ ବିବାହ କରିଥିଲେ।
ରିପୋର୍ଟ–ସନତ ପ୍ରଧାନୀ, କଳାହାଣ୍ଡି
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।