ମୋ ଟିଭି ଓଡିଶା / ଭୁବନେଶ୍ୱର : କଟକ ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବର ଗଣେଶ ପୂଜାରେ ଡିଜେ ବାଜିବ ନାହିଁ। ମଣ୍ଡପ କର୍ମକର୍ତ୍ତାଙ୍କ ସହମତିରେ କମିସନରେଟ୍ ପୁଲିସ ଡିଜେ ବାଜିବା ଉପରେ ରୋକ୍ ଲଗାଇଛି। ଭସାଣି ଶୋଭାଯାତ୍ରାରେ କୌଣସି ମଣ୍ଡପ ପକ୍ଷରୁ ଡିଜେ ବାଜିବ ନାହିଁ ବୋଲି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ପାରମ୍ପରିକ ବାଦ୍ୟ ଉପରେ କଟକଣା ନାହିଁ। ମଣ୍ଡପ କର୍ମକର୍ତ୍ତା ଓ କମିସନରେଟ୍ ପୁଲିସର ଏଭଳି ନିଷ୍ପତ୍ତିକୁ ଆଜି ରାଜଧାନୀର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଶବ୍ଦ ପ୍ରଦୂଷଣରେ ଛଟପଟ ରାଜଧାନୀବାସୀ ଏଭଳି ମହାନ ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।
ଗଣେଶ ପୂଜାରେ ଡିଜେ ବାଜିବା ଉପରେ ରୋକ୍

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।