February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ ।


ମୋ ଟିଭି ଓଡିଶା / କଳାହାଣ୍ଡି : ୧୯/୦୮
ବାସ୍ତବିକ ଜୀବନକୁ ଠିକ ରାସ୍ତାରେ ନେବାକୁ ହେଲେ ଧର୍ମର ଆବଶ୍ୟକତା ରହିଛି। ଯୁଗେ ଯୁଗେ ମଣିଷ ସମାଜକୁ ସତ୍ୟ, ଶାନ୍ତିରେ ଜୀବନ ଯାପନ କରିବା ସହିତ ମନରେ ସ୍ନେହ,ପ୍ରେମ, ଶ୍ରଦ୍ଧା, ଭକ୍ତି ଭାବ ଜାଗ୍ରତ କରିବା ପାଇଁ ଅନେକ ଧର୍ମ ଓ ଧର୍ମ ପ୍ରଚାରକଙ୍କ ଆବିର୍ଭାବ ଘଟିଛି। ତା ମଧ୍ୟରୁ ଅଲେଖ ମହିମା ଧର୍ମ ଏକ ସର୍ବ ପୁରାତନ ଧର୍ମ। ଏହି ଧର୍ମର ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସ୍ଵାମୀ। ତତ୍ ସହିତ ଅନ୍ୟତମ ଶିଷ୍ୟ ତଥା ଧର୍ମ ପ୍ରଚାରକ ହେଉଛନ୍ତି ସନ୍ଥ କବି ଭୀମ ଭୋଇ। ସନ୍ଥ କବି ଭୀମ ଭୋଇଙ୍କ ବାଣୀ ” ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଚିର ସ୍ମରଣୀୟ ଓ ବନ୍ଦନୀୟ। ଏହି ମହିମା ଧର୍ମ ପରମ୍ପରା ଅନୁସାରେ ବୈଶାଖ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମାର ସ୍ଵତନ୍ତ୍ର ମହତ୍ତ୍ଵ ରହିଛି। ଶ୍ରାବଣ ପୂର୍ଣ୍ଣିମାରେ ସମସ୍ତ ମହିମା ଧର୍ମାବଲମ୍ବୀ ନୂତନ ବର୍ଷର ଉତ୍ପାଦିତ ନୂଆଁ ଫସଲକୁ ପ୍ରଭୁଙ୍କୁ ଅର୍ପଣ କରି ସମସ୍ତେ ନବାନ୍ନ ଭକ୍ଷଣ କରିବାର ବିଧି ରହିଛି। ସେହିପରି କଳାହାଣ୍ଡି ଜିଲ୍ଲା, ଦଣ୍ଡପାଟ ଅଞ୍ଚଳ ଜୟନ୍ତପୁର ମହିମା ମଠରେ ମଧ୍ଯ ଭକ୍ତିପୂତ ଭାବରେ ମହିମା ଧର୍ମାବଲମ୍ବୀ ଙ୍କ ନବାନ୍ନ ଭକ୍ଷଣ ମହା ସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ରବିବାର ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମ ଧୂନି ପ୍ରଜ୍ବଳନ ପୂର୍ବକ ପ୍ରଭୁଙ୍କ ନାମ ଭଜନ କୀର୍ତ୍ତନ କରାଯାଇଥିଲା। ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ପ୍ରଭୁଙ୍କୁ ନିଜର ମଙ୍ଗଳ କାମନା କରି ଅଖଣ୍ଡ ବ୍ରହ୍ମ ଧୁନିକୁ ମୁଣ୍ଡିଆ ମାରିଥିଲେ।ତା ଆରଦିନ ବ୍ରହ୍ମ ମୁହୂର୍ତ୍ତରେ ସପ୍ତମୃତ ପଣା ସହ ନବାନ୍ନକୁ ପ୍ରଭୁଙ୍କୁ ଅର୍ପଣ କଲା ପରେ ସମସ୍ତ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରିଥିଲେ। ପୂଜ୍ୟ ସାଧୁ ହର ବାବା ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ କରିବା ସହ ସମସ୍ତ ଭକ୍ତ ବୃନ୍ଦଙ୍କୁ ନବାନ୍ନ ଭୋଗ ସ୍ଵହସ୍ତରେ ଅର୍ପଣ କରିଥିଲେ। ସମସ୍ତେ ନବାନ୍ନ ଭକ୍ଷଣ କଲା ପରେ ପୂଜ୍ୟ ସାଧୁଙ୍କୁ ଶରଣ ମାନ୍ୟ କରି ଆଶୀର୍ବାଦ କାମନା କରିଥିଲେ। ପରେ ସମସ୍ତ ଭକ୍ତ ବୃନ୍ଦ ପରସ୍ପର ମଧ୍ୟରେ ଶରଣ ମାନ୍ୟ କରିଥିଲେ। ପାଳିତ ହୋଇଥିବା ଏହି ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ଜୟନ୍ତପୂର୍ ତଥା ଅଞ୍ଚଳର ଦିଗାମ୍ବର ଭକ୍ତ , ପବିତ୍ର ଭକ୍ତ, ବୈକୁଣ୍ଠ ଭକ୍ତ, ରୁପେନ୍ଦ୍ର ଭକ୍ତ, ଅଭି ଭକ୍ତ, ତ୍ରିନାଥ ଭକ୍ତ,ମୁରଲୀ ଭକ୍ତ, ଲିଙ୍ଗରାଜ ଭକ୍ତ, ଚୈତନ୍ୟ ଭକ୍ତ, ଜୟ ଭକ୍ତ, ଲଳିତ ଭକ୍ତ, ଧର୍ମାନନ୍ଦ ଭକ୍ତ, ଜୟଦେବ ଭକ୍ତ, ଘନଶ୍ୟାମ ଭକ୍ତ, ହରି ଭକ୍ତ, କୋକିଳ ଭକ୍ତ, ଧର୍ମାନନ୍ଦ ଭକ୍ତ, ଜୟଦେବ ଭକ୍ତ, ବଲ୍ଲଭ ଭକ୍ତ, ଗୋବର୍ଦ୍ଧନ ଭକ୍ତ, ରାଜୀବ ଭକ୍ତ, ଅଯୋଧ୍ୟା ଭକ୍ତ ସମେତ ଶତାଧିକ ଭକ୍ତବୃନ୍ଦଙ୍କ ସମାଗମ ଦେଖିବାକୁ ମିଳିଥିଲା।
ରିପୋର୍ଟ—ସନତ ପ୍ରଧାନୀ, କଳାହାଣ୍ଡି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।