ମୋ ଟିଭି ଓଡିଶା / ସୁନ୍ଦରଗଡ : ୧୯/୦୮(ଆନିସ): ଲେଫ୍ରୀପଡ଼l ବ୍ଲକ ଜିଂକନଗରସ୍ଥ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ନିଶା ନିବାରଣ ବ୍ରତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ଆମ ଓଡିଶା ପକ୍ଷରୁ ଆୟୋଜନ କରିଥିବା ବେଳେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦର ଏହି କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ଏବଂ ଏହାଦ୍ବାରା ରାଜ୍ୟରେ ନିଶାମୁକ୍ତ ସମ୍ଭବ ବୋଲି କହିଥିଲେ। ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ତାପସ କୁମାର ଚଟ୍ଟୋପଧ୍ୟାୟ ସମ୍ବାଦ କେବଳ ଖବରକାଗଜରେ ସିମୀତ ନ ରହି ଏକ ସାମାଜିକ ଅନୁଷ୍ଠାନର ରୂପ ନେଇଛି ଏବଂ ଏହାର ପ୍ରତ୍ୟେକ ଅଭିଯାନ ରାଜ୍ୟବାସୀଙ୍କୁ ନୂଆଁ ସଂସ୍କାରର ପଥ ଦେଖାଉଛି ବୋଲି କହିଥିଲେ।
ଏହି ଅବସରରେ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଈଶ୍ୱର ଭୋଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ପରେ ରକ୍ଷାବନ୍ଧନ ଓ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ମହିଳା ସଦସ୍ୟା,ବିଦ୍ୟାଳୟର ଅଧ୍ୟାପିକା ଏବଂ ଛାତ୍ରୀମାନେ ପୁରୁଷ ସଦସ୍ୟ ମାନଙ୍କୁ ଲଡୁ ଖୁଆଇ ରାକ୍ଷୀବାନ୍ଧି ନିଶା ନିବାରଣ ପାଇଁ ଶପଥ କରାଇଥିଲେ। ଲେଫ୍ରିପଡା ବ୍ଲକ ସମ୍ବାଦ ପ୍ରତିନିଧି ସୁଧାକର ପାଣ୍ଡେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।