February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫିକା ପଡ଼ିଲା ପ୍ରତିଷ୍ଠା ଦିବସ


ମୋ ଟିଭି ଓଡିଶା / ଆଗରପଡ଼ା : ତା୧୯/୮:

ଜିଲ୍ଲାର ଅନ୍ୟତମ ସୁନାମଧନ୍ୟ ଆଗରପଡ଼ା କଲେଜର ୪୪ତମ ପ୍ରତିଷ୍ଠା ଦିବସରେ ଆମନ୍ତ୍ରିତ ଅତିଥିମାନେ ନ ଆସିବାରୁ ଉତ୍ସବଟି ସଂପୂର୍ଣ୍ଣ ଫିକା ପଡ଼ିଯାଇଥିବାର ଆଲୋଚନା ହେଉଛି । ଏଥି ସହ କୌଣସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ କାହିଁକି ଆମନ୍ତ୍ରଣ କରାନଗଲା ସେଥିପାଇଁ ସାମ୍ବାଦିକଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଉତ୍ସବରେ ସାମ୍ବାଦିକଙ୍କୁ ଆମନ୍ତ୍ରଣ କରାନଯିବା କଲେଜ ଇତିହାସରେ ପ୍ରଥମ ଘଟଣା ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ନିମନ୍ତ୍ରିତ କାର୍ଡ଼ରେ ମୁଦ୍ରିତ କେବଳ ମୁଖ୍ୟବକ୍ତାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଅତିଥି ଯୋଗ ନେଇନଥିବା ଜଣାପଡ଼ିଛି । ଏପରିକି କଲେଜ ପରିଚାଳନା ପରିଷଦ ସଭାପତି ମଧ୍ୟ ଏଥିରେ ଅନୁପସ୍ଥିତ ରହିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଏହି କଳେଜ ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ କିିଶୋର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଅଧ୍ୟାପକ ମନୋଜ ପ୍ରଧାନ ସ୍ୱାଗତ ଭାଷଣ,ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରି ଅତିଥି ପରିଚୟ,ଭାରପ୍ରାପ୍ତ ମୁଖ୍ୟ ସହାୟକ ଅଶୋକ ସାହୁ ବାର୍ଷିକ ବୀବରଣୀ ପାଠ ଓ ଡ଼େମୋନଷ୍ଟ୍ରେଟର ମହେଶ୍ୱର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଡ଼ଃ ହରିହର ନାୟକ,ଅଧ୍ୟାପକ ପ୍ରଶାନ୍ତ ନାୟକ,ଅଧ୍ୟାପିକା ପ୍ରେମଲତା ଦାଶ,ଡ଼େମୋନଷ୍ଟ୍ରେଟର ରବିନ୍ଦ୍ର ପଣ୍ଡା ପ୍ରମୁଖ ଏହି କାର‌୍ୟ୍ୟକ୍ରମରେ ବିଭିନ୍ନ କାର‌୍ୟ୍ୟ ସଂପାଦନ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।