February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗଠିତ ହେଲା ନୂତନ ପେନ୍‌ସନ୍‌ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ


ମୋ ଟିଭି ଓଡିଶା / ଆଗରପଡ଼ା,ତା୧୯/୮:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ନୂତନ ଭାବେ ପେନ୍‌ସନ୍‌ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଗଠିତ ହୋଇଯାଇଛି । ସଂଘର ସଭାପତି ଭାବେ ସର୍ବସମ୍ମତିକ୍ରମେ ଶିକ୍ଷକ ମଳୟ ନାୟକକୁ ଚୟନ କରାଯାଇଥିବା ବେଳେ ସମ୍ପାଦକଭାବେ ସୁକୁମାର ଦାସଙ୍କୁ ଚୟନ କରାଯାଇଛି । ସଂଘ ଗଠିତ ହେବାପରେ ଶ୍ରୀ ନାୟକ ଓ ଶ୍ର ଦାସଙ୍କ ନେତୃତ୍ୱରେ ସଂଘ ତରଫରୁ ଏକ ପ୍ରତିନିଧି ଦଳ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ,ସହ ଗୋଷ୍ଠୀ ଶିକ୍ଷାଧିକାର ହରେକୃଷ୍ଣ ଆପଟ ଓ ପ୍ରମୋଦ ପଣ୍ଡାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା । ଏହି ଅବସରରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଶିକ୍ଷକଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ଦିଗରେ ଯଥାସାଧ୍ୟ ଚେଷ୍ଟା କରିବାର ନିର୍ଭର ପ୍ରତିଶ୍ରୁତି ବିଇଓ ଶ୍ରୀ ସାହୁ ଦେଇଥିଲେ । ଉକ୍ତ ପ୍ରତିନିଧି ଦଳରେ ପ୍ରଦୀପ ପଲେଇ,ପରମେଶ୍ୱର ପୃଷ୍ଟି,ସନ୍ତୋଷ ମଲ୍ଲିକ,ଗୌତମ ନାୟକ,ଅଶୋକ ଦାସ,ଅରୁଣ ନାୟକ,ସୁଧୀର ବାରିକ,ଜଗତ ଜୀବନ ଜେନା,ଗିରିଜା ଲେଙ୍କା,ଶ୍ରୀଧର ପଣ୍ଡା,କୂଳପ୍ରଭା ସୂତାର,ବିଶ୍ୱନାଥ ବାରିକ,ନିରଜଂନ ଖିଲାର,ମନୋରଜଂନ ଦାସ,ଦୀପକ ପ୍ରଧାନ,ସୋମେନ୍ଦ୍ର ସାହୁ,ମଧୁସୂଦନ ରାଉତ,ପରେଶ ପରିଡ଼ା ଓ ଶୁଭେନ୍ଦ୍ର ବିଶ୍ୱାଳ ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।