February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ।


ମୋ ଟିଭି ଓଡିଶା / ନିରାକାରପୁର: ୧୯/୦୮/୨୦୨୪ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମାଁ ବନଦୁର୍ଗା ମନ୍ଦିରରେ ମୁଖ୍ୟ ଆଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା।

ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି କର୍ମ କରି ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ଏହାର ପ୍ରତ୍ୟେକ ଅକ୍ଷର ମହୌଷଧି ସ୍ବରୂପ ସମାଜର କଲ୍ୟାଣ ସାଧନା କରିଥାଏ । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, , ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ଶିକ୍ଷାବିତ୍ ମିନକେତନ ଦାସ, ପୁରାତନ ଶିଷ୍ୟ ଚନ୍ଦନ ଦାଶ, ସନ୍ତୋଷ ରଥ, ସମାଜ ସେବୀ ମନୋଜ ତିଓ୍ବାରୀ, ଆଶିଷ ମାଝୀ ଓ ବିଷ୍ଣୁପ୍ରିୟା ପଟ୍ଟଯୋଷୀ ଓ ରାମେଶ୍ବର ଗ୍ରାମର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।