ସୁନ୍ଦରଗଡ଼ : ୧୫/୦୪: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର କେଲା ଥାନା ଅନ୍ତର୍ଗତ କୋଲବା ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କ ଘରେ ପଶି ଗୁଳି ଚାଳନା ଓ ଚୋରି କରିବା ଅଭଯୋଗରେ କିଞ୍ଜିର କେଲା ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଏହାସହ ସେମାନେ ଏହି ଗୁଳି କାଣ୍ଡରେ ବ୍ୟବହାର କରିଥିବା ଦୁଇଟି ପିସ୍ତ ଲ୍, ତିନୋଟି ବାଇକ୍, 7ଟି ମୋବାଇଲ ଫୋନ, ଗୋଟିଏ ଛୁରୀ, ଗୋଟିଏ ପ୍ଲାସ ଓ ଚାରୋଟି ହେଲମେଟ ଜବତ କରିଛି। ତେବେ ଏହି ଯୋଜନାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଦେଇ ଫେରାର ହୋଇଯାଇଥିବା କଥା ସଦର ଏସ ଡି ପି ଓ ପ୍ରେସ ମିଟ ରେ କହିଛନ୍ତି।
ଗତ କାଲି ରାତି 11ଟା ପାଖା ପାଖି କୋଲବା ଗ୍ରାମର ଭବାନୀ ଶଙ୍କର ପଟେଲଙ୍କୁ ଏମାନେ ଟାର୍ଗେଟ କରି ଏହି କାଣ୍ଡ ଘଟଇଥିବା କଥା SDPO କହିଛନ୍ତି। ତେବେ ପୀଡିତଙ୍କ ସୂଚନା କ୍ରମେ ପୋଲିସ୍ ସମସ୍ତ ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଅଭିଯୁକ୍ତ ମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ୍। ଏ ନେଇ ଟାଉନ ଥାନାରେ ସଦର ଏସ୍ ଡି ପି ଓ ପ୍ରେସ ମିଟ୍ କରି ସୂଚନା ଦେଇ ଛନ୍ତି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।