ଖୋର୍ଦ୍ଧା : ୧୬/୦୪ : ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଅବକାରୀ ବିଭାଗକୁ ମିଳିଛି ସଫଳତା।ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଓ ଖୋର୍ଦ୍ଧା ସଦର ଥାନା ଅଂଚଳରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିବାରେ ସଫଳ ହୋଇଛନ୍ତି।
ବେଗୁନିଆ ଥାନା ବରପଦା ଜଂଗଲରେ ମଦ ମାଫିଆ ମାନେ ଦେଶୀ ମଦ ରାନ୍ଧି ବାହାରକୁ ଚାଲାଣ କରୁଥିବା ଅବକାରୀ ବିଭାଗ ପାଖରେ ସୂଚନା ଥିଲା।ଅବକାରୀ ବିଭାଗ ପକ୍ଷରୁ ଆଜି ଅତର୍କିତ ଚଢ଼ାଉ କରାଯାଇଥିଲା ଅବକାରୀ ବିଭାଗ ଚଢ଼ାଉ ଦେଖି ମାଫିଆମାନେ ଜଂଗଲ ମଧ୍ୟରେ ଖସି ପଳାଇଥିଲେ।ଅବକାରୀ ବିଭାଗ ପୋଲିସ ଘଟଣା ସ୍ଥଳରୁ ବିପୁଳ ପରିମାଣର ମଦ ଓ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଖୋର୍ଦ୍ଧା ଅବକାରୀ ବିଭାଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।