ମୋ ଟିଭି ଓଡିଶା / ଭୁବନେଶ୍ୱର : ରାଜ୍ୟର ପୁରାତନ ନାଟ୍ୟସଂସ୍ଥା ଶତାବ୍ଦୀର କଳାକାର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଯାଇଛି l ୧୯୭୬ ମସିହାରେ ଆରମ୍ଭ ହୋଇଥିବା ଏହି ନାଟ୍ୟସଂସ୍ଥା ଏପ୍ରିଲ ୨୦୨୫ରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳିବାକୁ ଯାଉଛି l ଏହି କାର୍ଯ୍ୟକ୍ରମ କେମିତି ପାଳନ ହେବ ତାହା ଉପରେ ଆଲୋଚନା ହୋଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ସଂସ୍ଥାର ସଭାପତି ଡ଼ଃ ଗୌରହରି ଦାସଙ୍କ ସଭାପତିତ୍ୱ ରେ ନିର୍ବାଚନ ସରିଥିଲା l ଏଥିରେ ଡ଼ଃ ଗୌରହରି ଦାସଙ୍କୁ ଆସନ୍ତା ଦୁଇ ବର୍ଷ ପାଇଁ ପୁଣି ସଭାପତି ଭାବେ ମନୋନୀତ କରାଯାଇଥିଲା l

କାର୍ଯ୍ୟକାରୀ ସଭାପତି ଭାବେ ବିଘ୍ନରାଜ ଜେନା, ଉପସଭାପତି ସୌମେନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ଧୀରେନ୍ଦ୍ର ମଲ୍ଲିକ, ସଂସ୍କୃତି ସମ୍ପାଦକ ସନ୍ତୋଷ ମହାନ୍ତି, ସହସଂସ୍କୃତି ସମ୍ପାଦକ ଆଲୋକ, କାର୍ଯ୍ୟାଳୟ ସମ୍ପାଦକ କାଳୀ ପ୍ରସନ୍ନ ମଲ୍ଲିକ, ସହ କାର୍ଯ୍ୟାଳୟ ସମ୍ପାଦକ ସଂଗ୍ରାମ ମହାରଣା, କୋଷାଧକ୍ଷ ହରିହର ସେଠୀ, ସହକୋଷାଧକ୍ଷ ଅଶୋକ ଚନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଥିଲା l ଆହୁରି ଅନେକ ପଦବୀ ନିର୍ବାଚନ ମାଧ୍ୟମରେ ପୂରଣ କରାଯାଇଥିଲା l

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।