MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସର୍ବ ଭାରତୀୟ ପ୍ରଶାସନିକ ସେବା ରେ ସଫଳ ହେଲେ ଖଇରା ବ୍ଲକର ବିଶ୍ୱଜିତ ପଣ୍ଡା।


ସୋର : ୧୬/୦୪: ଖଇରା, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଅଧୀନ ନୁଆଁଗାଁ ରାଉତରାୟ ପୁର ଶାସନ ର ବିଶ୍ୱଜିତ ପଣ୍ଡା ଆଜି ସର୍ବ ଭାରତୀୟ ପ୍ରଶାସନିକ ସେବା ରେ ୩୪୩ ରେଙ୍କ ରଖି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବିଶ୍ୱଜିତଙ୍କ ବାପା ବୈକୁଣ୍ଠନାଥ ପଣ୍ଡା ଜଣେ ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ହୋଇ ଥିବାବେଳେ ମା ରେବତୀ ପଣ୍ଡା ଜଣେ ଗୃହିଣୀ।

ବିଶ୍ୱଜିତ ଘରର ସଭା ସାନ ପୁଅ ଅଟନ୍ତି। 2010 ମସିହାରେ ମୟରଭଞ ଜିଲ୍ଲା ଶରତ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ୯୨ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହେବା ପାରେ କଟକ ସ୍ଥିତି ରେଭେନ୍ସା ଜୁନିଅର କଲେଜରୁ +୨ ରେ…. ପ୍ରତିଶତ ନମ୍ବର ରଖି ରାଉରକେଲା ଏନଆଇଟିରେ ଇଲେକ୍ଟିକାଲ ଇଞ୍ଜିନିଅର ଭାବେ ସ୍ନାତକ ହାସଲ କରି ଥିଲେ। ପରେ କର୍ଣ୍ଣାଟକ ର ବେଲାରୀରେ ଏକ ଘରୋଇ କମ୍ପାନୀ ରେ କିଛି ଦିନ କାମ କରିବା ପରେ ୨୦୧୮ ମସିହାରୁ ନିଜକୁ IAS ପାଇଁ ପ୍ରସ୍ତୁତ କରୁ ଥିଲେ। ଏହି ସମୟରେ ମଧ୍ୟରେ ସେ IAS ପାଇଁ 6 ଥର ଚେଷ୍ଟା ପରେ ଶେଷରେ ଉର୍ତ୍ତିନ ହୋଇଥିଲେ l ଆଜି ସଫଳତା ପାଇବା ପରେ ନିଜ ଘରକୁ ଆସି ଗ୍ରାମ ଓ ପରିବାର ସହିତ ଖୁସି ମନାଇ ଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।