ଦାରିଙ୍ଗବାଡି,୧୭/୪(ସୁଶାନ୍ତ କୁମାର ସାହୁ) :
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ଆଠ ଗୋଟି ପଞ୍ଚାୟତର ପ୍ରତିନିଧି ଦଳ ଓ ବ୍ଲକ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ ସଦସ୍ୟ ଗତ ୧୦ ତାରିଖରେ ନବୀନ ନିବାସ ଯାଇ ନୂଆ ଓଡ଼ିଶା- ନବିନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପଣ୍ଡିଆନଙ୍କୁ ସାକ୍ଷାତ କରି ତିନି ଦଫା ସମ୍ବଳିତ ଦାବୀ ପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ସୂଚନା । ତିନି ଗୋଟି ଦାବୀ ଗୁଡ଼ିକ ହେଲା ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା କରାଯାଉ, ତହସିଲ ମାନ୍ୟତା ଦିଆଯାଉ ଓ ସଂଖ୍ୟ ଲଘୁ ସମ୍ପ୍ରଦାୟ ବହୁଳ ଅଞ୍ଚଳ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ୧୫ ସୁତ୍ରୀ କାର୍ଯକ୍ରମର ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ରାଜ୍ୟରେ ସଂଖ୍ୟା ଲଘୁ କମିଶନର ନିଯୁକ୍ତି କରା ଯିବା ନିମନ୍ତେ ଦାବୀ ପତ୍ର ପ୍ରଦାନ କରାଯାଇଛି ।
ପ୍ରକାସ ଥାଉକି କନ୍ଧମାଳ ଜିଲ୍ଲାର ବୃହତ୍ତମ ବ୍ଲକ ଦାରିଙ୍ଗବାଡି ୨୫ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଏହି ବ୍ଲକ ଗଠିତ ହୋଇଛି। ବ୍ଲକ ମହକୁମାର ଦ୍ବିତୀୟ ବୃହତ୍ତମ ବଜାର ବ୍ରାହ୍ମଣୀଗାଁ ଅଟେ। ଆଠ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ବ୍ରାହ୍ମଣୀଗାଁ ଅଞ୍ଚଳ କୁହା ଯାଉଛି। ବ୍ରାହ୍ମଣୀଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଗମନା ଗମନ ସହିତ ବାଜାରିକରଣର ବିଶେଷ ସୁବିଧା ରହି ଥିବାରୁ ଆଠ ଗୋଟି ଗ୍ରାମ ପଞ୍ଚାୟତ ବାସୀ ଏହି ବଜାର ଉପରେ ନିର୍ଭର କରି ଆସୁଛନ୍ତି। ମୁଖ୍ୟତଃ ବ୍ରାହ୍ମଣୀଗାଁରେ ଡାକ୍ତରଖାନା, ପୁଲିସ ଷ୍ଟେସନ, ବନାଞ୍ଚଳ କାର୍ଯ୍ୟାଳୟ , ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ଷ୍ଟେଟ ବ୍ୟାଙ୍କ ଶାଖା, ପ୍ରାଣିଧନ ଚିକିତ୍ସା କେନ୍ଦ୍ର ସବ ପୋଷ୍ଟ ଅଫିସ, ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ରହିଛି, ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ବାଳିକା ଉଚ୍ଚ ବିଦ୍ୟାଳୟ, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ମାନ ରହିଛି। ଆଠ ଗୋଟି ଅଞ୍ଚଳର ଜନ ସଂଖ୍ୟା ପ୍ରାୟ ୪୦ ହଜାରରୁ ଅଧିକ।
ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କୁ ତହସିଲ ଓ ବ୍ଲକ ମହକୁମା କୁ ଯିବାକୁ ହେଲେ ପ୍ରାୟ ୪୦ ରୁ ୭୦ କିମି ଦୂରତାରୁ ଯିବାକୁ ପଡୁଛି। ଏଣୁ ଅଞ୍ଚଳ ବାସୀ ଦୀର୍ଘ ବର୍ଷରୁ ୧୯୯୩-୯୪ ମସିହାରୁ ବ୍ରାହ୍ମଣୀଗାଁକୁ ବ୍ଲକ ଓ ତହସିଲ ଘୋଷଣା କରାଯିବା ପାଇଁ ଦାବୀ କରି ଆସୁଛନ୍ତି। ବର୍ତ୍ତମାନର ଯୁବ ପିଢ଼ି ମଧ୍ୟ ବ୍ରାହ୍ମଣୀଗାଁ ବ୍ଲକ ଗଠନ ପାଇଁ ସୋସିଆଲ ମିଡିଆରେ ଦାବୀ କରି ଆସୁଛନ୍ତି। ଏହିପରିକି ଏହି ଅଞ୍ଚଳ ବାସୀ ୧୯୯୭ ମସିହାରେ ସାଧାରଣ ନିର୍ବାଚନ ବେଳେ ବ୍ଲକ ଦାବୀ ନେଇ ଭୋଟ ବର୍ଜନ କରିଥିବା ନଜିର ରହିଛି। ଏହି ପରିପ୍ରେକ୍ଷୀରେ ନବୀନ ନିବାସ ଯାଇଥିବା ଅଞ୍ଚଳର ପ୍ରତିନିଧି ଦଳ ବ୍ରାହ୍ମଣୀଗାଁକୁ ବ୍ଲକ ଓ ତହସିଲ ଘୋଷଣା ହେବା ଯାଏଁ ଅଞ୍ଚଳ ବାସୀ ପକ୍ଷରୁ ଏହି ଅଭିଯାନ ଜାରୀ ରହିବ ବୋଲି କହିଛନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ