ସୁନ୍ଦରଗଡ ( ମୋ ଟିଭି ଓଡିଶା )ଦେବେନ୍ଦ୍ର କୁମାର ଭିତ୍ରିଆ
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ ଶିଖାରାଣୀ ରଥଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଟାଉନ ଉଚ୍ଚ ବିଦ୍ୟାଳୟ, ଶଙ୍କରା, ସୁନ୍ଦରଗଡରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡକ୍ଟର ରୀନତି ମିଶ୍ର, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ, ଟାଉନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୀରାମଣି ମିଞ୍ଜ, ସୁରଭି ବେହେରା (କନିଷ୍ଠ ଶିକ୍ଷୟତ୍ରୀ), ସଙ୍ଗୀତା ସିଂହ ହିନ୍ଦୀ ଶିକ୍ଷୟତ୍ରୀ, ବାସମତୀ ନାଏକ ଶିକ୍ଷୟତ୍ରୀ, ଗଣେଶ୍ୱର ତ୍ରୀପାଠୀ ଇଂରାଜୀ ଶିକ୍ଷକ, ସଂଯୁକ୍ତା ପଟେଲ ଶିକ୍ଷୟତ୍ରୀ, ହୋଲାମଣୀ ନାଏକ ସବ-ଇନ୍ସପେକ୍ଟର, ଟାଉନ ପୋଲିସ ଷ୍ଟୋସନ ତଥା ଜିଲ୍ଲା ପ୍ରିତିରକ୍ଷା ସହାୟତା ଆଇନ୍ ଜୀବୀ- କମଲ ଲୋଟନ ସେନ, ସନ୍ତୋଷ ପ୍ରଧାନ, ଅଞ୍ଜନା ସାହୁ, ଅଲିଭା ମହାପାତ୍ର, ଅନିଶା ପୃଷ୍ଟି ଓ ଟାଇନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ଏହି ସଟେତନତା କାର୍ଯ୍ୟକ୍ରମରେ ଡଃ ରୀନତି ମିଶ୍ର ଅଧାରୁ ଷିକ୍ଷାନୁଷ୍ଠାନ ଛାଡୁଥିବା ବିଦ୍ୟାର୍ଥୀ ମାନଙ୍କର ସଂଖ୍ୟା କୁ କିଭଳି କମ କରାଯାଇ ପାରିବ ଏବଂ ସେମାନଙ୍କୁ କେଉଁ ଭଳି ଅଧିକ ସୁବିଧା ସୁଯୋଗ ଦିଆଯାଇ ପାରିବ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଶିକ୍ଷା ସମାଜରେ ଜୀବନ ଧାରଣର ମାନବୃଦ୍ଧି କରିବା ସହିତ ସମାଜକୁ ସଠିକ ମାଗଦର୍ଶନ ଦେଇ ରାଷ୍ଟ୍ରର ଉନ୍ନତିର ପଥକୁ ଉନ୍ମୁକ୍ତ କରେ ଶିକ୍ଷା ବ୍ୟବସ୍ଥା ପ୍ରତ୍ୟେକ ଙ୍କ ପାଖରେ ପହଞ୍ଚେଇବା ପ୍ରତିଟି ନାଗରୀକର ଦାୟିତ୍ୱ ତଥା କର୍ତ୍ତବ୍ୟ ଅଟେ ବୋଲି ଡଃ ମିଶ୍ର ସଚେତନତା ବାର୍ତ୍ତା ହେଇଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।