February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ତ୍ୱରାନ୍ନିତ ହେଲା ଅଧପନ୍ତରିଆ ଗୃହର ନିର୍ମାଣ କାର୍ଯ୍ୟ


ଆଗରପଡ଼ା ( ମୋ ଟିଭି ଓଡିଶା ) : ତା୨୯/୮:

ଅର୍ଥ ମହଜୁଦ ଥାଇ ମଧ୍ୟ ବିଦ୍ୟାଳୟ ଗୃହ ଅଧା ନିର୍ମାଣରେ ଅଟକିଥିଲା । ଯାହାକି ପିଲାଙ୍କ ଭବିଷ୍ୟତ ଗଢାରେ ବାଧକ ସାଜୁଥିଲା । ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ ବାଙ୍କତିରା ହାଇସ୍କୁଲରେ ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା । ଉକ୍ତ ଖବର ଗତ ମାର୍ଚ୍ଚ ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ତରଫରୁ ଅଧପନ୍ତରିଆ ଗୃହ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଜଣାପଡ଼ିଛି । ନା ଅଛି ଶ୍ରେଣୀ ଗୃହ,ନା ଅଛି ଶୌଚାଳୟ,ନା ଶୈକ୍ଷିକ ବାତାବରଣ ତଥାପି ଚାଲିଛି ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟଟି ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହେବାର ୩୬ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ଏହାର ମୈାଳିକ ସମସ୍ୟାଗୁଡ଼ିକର ସମାଧାନ ହୋଇପାରି ନାହିଁ । ସର୍ବ ଶିକ୍ଷା ଅଭିଯାନର ନିୟମ ଅନୁସାରେ ୮ମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା ଥିଲେ ସୁଦ୍ଧା ସେଥିପାଇଁ ଏହି ବିଦ୍ୟାଳୟଟିରେ ସ୍ଥାୟୀ ରୋଷେଇ ଗୃହ ନିର୍ମାଣ ହୋଇ ପାରୁ ନଥିବାରୁ ଏହା ଚାଳିଆରେ ଅସ୍ୱାସ୍ଥ୍ୟକର ପରିବେଶରେ ବହୁବର୍ଷ ଚାଲିବା ପରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୨୦୧୯ ମସିହାରେ ଏକ ରୋଷେଇ ଗୃହ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । ଶ୍ରେଣୀ ଗୃହ ଅଭାବରୁ ପରିସରରେ ଥିବା ଏମଇ ସ୍କୁଲର ଏକ ଶ୍ରେଣୀଗୃହରେ ପାଠପଢା ଚାଲିଛି । ଆବଶ୍ୟକୀୟ ପରିସ୍ରାଗୃହ ନଥିବାରୁ ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟଟିର କୈାଣସି ସ୍ଥାୟୀ ପାଚେରୀ ନଥିବାରୁ ଗୋରୁ ଗାଈମାନଙ୍କ ସମେତ ଅସାମାଜିକ ବ୍ୟକ୍ତିଙ୍କର ଅବାଧ ପ୍ରବେଶ ଘଟିବା ସହ ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ରକ୍ଷଣାବେକ୍ଷଣ ଅଭାବରୁ ଖେଳ ପଡ଼ିଆଟି ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ବିଦ୍ୟାଳୟଟିରେ ବିଜ୍ଞାନଗାର କିମ୍ବା କୈାଣସି ଉପକରଣ ସାମଗ୍ରୀ ନଥିବାରୁ ବିଜ୍ଞାନ ବିଷୟରେ ଅଧ୍ୟୟନ, କଂପ୍ୟୁଟର ପାଠ୍ୟକ୍ରମ ଆଦିରେ ଅସୁବିଧା ସୃଷ୍ଟି ହେଉଛି ।

ଏହି ସବୁ ସମସ୍ୟାର ସୁଧାର ଆଣିବା ପାଇଁ ବିଭିନ୍ନ ଯୋଜନାରେ ଶ୍ରେଣୀ ଗୃହ ନିର୍ମାଣ,ପାଇଖାନା ଓ ପାନୀୟ ଜଳଯୋଗାଣ କାର୍ଯ୍ୟ,ଇ-ଲାଇବ୍ରେରୀ ଓ ବିଜ୍ଞାନାଗାର ନିର୍ମାଣ,ପରିସରର ସୌନ୍ଦର୍ଯ୍ୟ ଉନ୍ନତିକରଣ ଆଦି ପାଇଁ ପଂଚାୟତ ତରଫରୁ ଅର୍ଥ ମଂଜୁର ହୋଇଥିଲେ ସୁଦ୍ଧା ଏହି ସବୁ କାର୍ଯ୍ୟ କେବଳ ଫଳକରେ ସୀମିତ ରହିଯାଇଥିଲା । ବର୍ଷାଧିକ କାଳ ବିତିଯିବା ପରେ ବି ଅସଂପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେଉନଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରୁଥିବା ଜଣାପଡ଼ିଥିଲା । ସେହିପରି ୩ୟ ପର୍ଯ୍ୟାୟରେ ରୂପାନ୍ତରଣ ବିଦ୍ୟାଳୟ ଭାବେ ମନୋନୀତ ହୋଇଥିବା ୧୭ଟି ବିଦ୍ୟାଳୟ ମଧ୍ୟରୁ ଉକ୍ତ ବିଦ୍ୟାଳୟ ଅନ୍ୟତମ । ଏହାର ରୂପାନ୍ତରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଉପସ୍ଥିତିରେ ଗତ ବର୍ଷ ଡ଼ିସେମ୍ବର ମାସ ୨ ତାରିଖରେ କରାଯାଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଭିତ୍ତିପ୍ରସ୍ତର ସ୍ଥାପନର ବହୁ ମାସ ବିତି ଯାଇଥିଲେ ସୁଦ୍ଧା ଏହା କେବଳ ଫଳକରେ ସୀମିତ ରହିଯାଇଥିଲା । ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାକୁ ନେଇ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଦୀପ ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ ଏହିପରି କାର୍ଯ୍ୟକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଖୁବ୍ ଶୀଘ୍ର ଏହାର ଏକ ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରକାଶ କରିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବାପରେ ଇତି ମଧ୍ୟରେ ଅଧପନ୍ତରିଆ ଗୃହର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଜଣାପଡ଼ିଛି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।