February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପିପିଲି ପରେ ଡେଲାଙ୍ଗରେ ବାର୍ଡ ଫ୍ଲୁ

ନାଳ ନର୍ଦ୍ଦମା ଏବଂ କେନାଲରେ ଚାଷୀ ମଲା କୁକଡ଼ାଙ୍କୁ ଫୋପାଡ଼ିଦେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଚିଆଁ ମାରିବା ଅଭିଯାନ ଆରମ୍ଭ ହୋଇଛି

ପିପିଲି ( ମୋ ଟିଭି ଓଡିଶା ): ପିପିଲି ପରେ ଏବେ ନିମାପଡା ଡେଲାଙ୍ଗ ବାର୍ଡ  ଫ୍ଲୁ ସନ୍ଦେହ ସୃଷ୍ଟି ହୋଇଛି। ଇତିମଧ୍ୟରେ  ହଜାର ହଜାର କୁକୁଡ଼ା ମଲେଣି। ନିମାପଡା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ  ଭୋପାଳ ପଠାଯାଇଛି।  ସରକାରୀ କେନ୍ଦ୍ରରେ ୩୪୮୪ ଟି ନମୁନାର ପରୀକ୍ଷା ଜାରି ରହିଛି। ପିପିଲି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଜ୍ୱର କାଶ ଓ ଥଣ୍ଡା ବ୍ୟାପିବାରେ ଲାଗିଛି। ଲୋକଙ୍କୁ ସଚେତନତା କରାଇବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି।

ସତ୍ୟବାଦୀରେ ୧୪୭୮୭ ଓ ପିପିଲିରେ ୧୪୧୨୪ଟି କୁକୁଡ଼ା ସଂକ୍ରମିତ ଅଞ୍ଚଳରୁ ଆରଆରଟି ମାରିଲେଣି । ପିପିଲିରେ ବାର୍ଡ ଫ୍ଲୁ ଅଣାୟତ୍ତ ହୋଇଛି। ଫାର୍ମ ନିକଟକୁ ରାପିଡ଼ ରେସପନ୍ସ ଟିମ ଯାଉନାହାନ୍ତି । ଚାଷୀ ନିଜେ ମଲା କୁକୁଡ଼ାଙ୍କୁ ପୋତୁଛନ୍ତି। ଇତିମଧ୍ୟରେ ପିପିଲି ଡେଲାଙ୍ଗରେ  ହଜାର ହଜାର କୁକୁଡ଼ା ମଲେଣି। ନାଳ ନର୍ଦ୍ଦମା ଏବଂ କେନାଲରେ ଚାଷୀ ମଲା କୁକଡ଼ାଙ୍କୁ  ଫୋପାଡ଼ିଦେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ  ଚିଆଁ ମାରିବା ଅଭିଯାନ ଆରମ୍ଭ ହୋଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।