February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫ୍ରେଣ୍ଡସ ଗ୍ରୁପର ୧୭ ଫୁଟିଆ ଆକର୍ଷଣୀୟ ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧରାପୃଷ୍ଟ ରେ ପ୍ରଭୁ ଗଣେଶ ଅବତରଣ ପୂର୍ବରୁ ଗଣେଶ ମୂର୍ତ୍ତି ତିଆରି କରିବା ବ୍ୟସ୍ତରେ ମୂର୍ତ୍ତି କାରିଗର I ଆସନ୍ତା ମାସ ସପ୍ଟେମ୍ବର ମାସ ପ୍ରଥମ ସପ୍ତାହ ରେ ଗଣେଶ ପୂଜା I ସମଗ୍ର ସହର ହେବ ଚଳଚଞ୍ଚଳ ଆଲୋକର ରଙ୍ଗୀନ ମାଳାରେ ସଜାହେବ ବିଭିନ୍ନ ଅନୁଷ୍ଠାନ ସହର ଏବଂ ଆଖପାଖ ଅଞ୍ଚଳରେ ଗଣେଶ ପୂଜା ନିମନ୍ତେ ମୂର୍ତ୍ତି ତିଆରି କରୁଥିବା ଦେଖିବାକୁ ମିଳିଛି I ପୂଜା ଆରମ୍ଭର ଏକ ମାସ ପୂର୍ବରୁ ବିଭିନ୍ନ ଗ୍ରାମର ଯୁବ ଗୋଷ୍ଠୀ ମାନେ ମୂର୍ତ୍ତି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ତାହା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି l ଗଣେଶ ପୂଜା ଆସିଲେ ପ୍ରତ୍ୟେକ ଗ୍ରାମର ବିଭିନ୍ନ ସାହିରେ ଏକ ଭିନ୍ନ ରକମର ଖୁସିର ଲହରୀ ଦେଖିବାକୁ ମିଳିଥାଏ l ପ୍ରତି ସାହିରେ ଯୁବ ଗୋଷ୍ଠୀଙ୍କ ଦ୍ଵାରା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ରଖି ବହୁ ଧୁମଧାମରେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରୁ ରାତ୍ର କାଳୀନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ I ଏହି ପରିପ୍ରେକ୍ଷୀରେ ଟାଉନର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଫ୍ରେଣ୍ଡସ ଗ୍ରୁପ ତରଫରୁ ଅଷ୍ଟମ ବାର୍ଷିକ ଗଣେଷ ପୂଜା ଆୟୋଜନ କରୁଛି l ଗ୍ରୁପ ତରଫରୁ ଆୟୋଜିତ ପୂଜା ମା ‘ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପରେ ଆୟୋଜନ ପାଇଁ କୋଲକାତାରୁ ଆସିଥିବା ବରିଷ୍ଠ ଦକ୍ଷ ମୂର୍ତ୍ତି କାରିଗରଙ୍କ ଦ୍ୱାରା ମୂର୍ତ୍ତିର କାରୁକାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି l ଏ ନେଇ ଗ୍ରୁପ ତରଫରୁ ଉକ୍ତ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆକର୍ଷଣୀୟ ପ୍ରସାଦ ସେବନର ବ୍ୟବସ୍ଥା ରହିଥିବା କୁହାଯାଇଛି l ଏତଦ ବ୍ୟତୀତ ଟାଉନର ବିଭିନ୍ନ ଶିକ୍ଷା ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଓ ସ୍ବେଛାସେବୀ ଅନୁଷ୍ଠାନ ଗୁଡ଼ିକରେ ରେ ମଧ୍ୟ ଗଣେଶ ପୂଜା ବଡ଼ ଉତ୍ସାହର ସହ ପାଳନ କରିବା ପାଇଁ ଜୋରସୋରରେ ଲାଗିଥିବା ଦେଖିବାକୁ ମିଳୁଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।