MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ କୁମାର ଦାଶଙ୍କ ଦଶାହ ଅବସରରେ ସ୍ମୃତି ଚାରଣ ସଭା

ଖୋର୍ଦ୍ଧା : ୧୭/୦୪: ଚିନ୍ତାମଣି ବିଦ୍ୟାନିକେତନ୍ ଉଚ୍ଚ ବିଦ୍ୟାଳୟ, (ନରଣଗଡ )ଏବଂ ଭଗବତୀ ଉଚ୍ଚ ବିଦ୍ୟାଳୟ (ଗୋଳବାଇ) ରେ ଦକ୍ଷତାର ସହିତ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ଶରତ କୁମାର ଦାଶ ଙ୍କ ୭୭ ବର୍ଷ ବୟସରେ ମାର୍ଚ୍ଚ ମାସ ୭ ତାରିଖ ରେ ହୃତଗାତ୍ ରେ ପରଲୋକ ଗମନ କରିଥିଲେ । ଗତ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ନିଜସ୍ଵ ଗ୍ରାମ ଗୋଲବାଇ ଠାରେ ଦଶାହ କର୍ମ ଅବସରରେ ଏକ ସ୍ମୃତି ଚାରଣ ସଭା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ଏଥିରେ ସ୍ବର୍ଗତ ଶରତ କୁମାର ଦାଶଙ୍କ ବହୁ ପୂରାତନ ସହକର୍ମୀ ସର୍ବଶ୍ରୀ ଗୟାଧର ମିଶ୍ର, ଯୁଧିଷ୍ଠିର ଛୁଆଳ ସିଂହ, ଶଶିକାନ୍ତ ମିଶ୍ର, ଗୋଲକ ବିହାରୀ ସାହୁ, ଧୁସାସନ ବଳବନ୍ତରାୟ, ପ୍ରହଲ୍ଲାଦ ସାହୁ, ରତ୍ନାକର ବେହେରା , ରବୀନ୍ଦ୍ର ନାଥ ମହାନ୍ତି, ଏବଂ ଚିନ୍ତାମଣି ବିଦ୍ୟାନିକେତନ ଉଚ୍ଚ ବିଦ୍ୟାଳୟର ଅସଂଖ୍ୟ ପୁର୍ବତନ ଛାତ୍ର ଛାତ୍ରୀ ସମେତ ବହୁ ମନ୍ୟଗଣ ବ୍ୟକ୍ତିବିଶେଷ ସ୍ବର୍ଗତ ଶରତ କୁମାର ଦାଶଙ୍କ ଜୀବନୀ ବିଷୟରେ ସ୍ମୃତି ଚାରଣ କରିବା ସହିତ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।