MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ଫୁଟବଲ୍‌ ଟୁର୍ନାମେଣ୍ଟ


କନ୍ଧମାଳ : (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ୱାୟତ୍ତ ଶାସନ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ପକ୍ଷରୁ ଦୁଇ ଦିନିଆ ଫୁଟବଲ୍‌ ଟୁର୍ନାମେଣ୍ଟ ଫୁଲବାଣୀ କରୋନେସନ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ୮ଟି ଟିମ୍‌ ଭାଗନେଇଥିବା ବେଳେ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ପାୟଲ ବେହେରାଙ୍କ ସମେତ ନିର୍ବାହୀ ଅଧିକାରୀ ସୁଜିତ୍‌ କୁମାର ଚୌଧୁରୀ, କାଉନସିଲର ମୃତ୍ୟୁଞ୍ଜୟ ପେରା, ସ୍ନେହଲତା ପ୍ରଧାନ, ସୁଶ୍ରୀ ବିରଜା କହଁର, ତ୍ରିଲୋଚନ କହଁର, ରମେଶ ଚନ୍ଦ୍ର ମହାନ୍ତି, ନିବେଦିତା ପାତ୍ର, ଟୁନି ସେଠୀ, ରାଜେନ୍ଦ୍ର କୁମାର ପାଢୀ, ଶ୍ରୀବତ୍ସ ବେହେରା, ବସନ୍ତ ସାହାଣୀ, ଆର. ବନଜା ପଟ୍ଟନାୟକ ଏବଂ ସୁଶ୍ରୀ ମାଧବୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଟୁର୍ନାମେଣ୍ଟରେ ମୋଟ ୮ଟି ଦଳ ମଧ୍ୟରୁ ନାରାୟଣୀ କ୍ଳବ, ଆର. ନୂଆଗାଁ, ବୁଢାଦାନି ଓ ଏନଟିଏସ୍‌ ସ୍ପୋର୍ଟ୍ସ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିରେ ବିଜୟୀ ଦଳକୁ ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ କରାଯିବ । ମ୍ୟାଚ୍‌ କମିଶନର ଶଙ୍କର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟକୁ ରେଫରି ନିଖିଳ କହଁର, ସୁଶିଲ୍‌ ବେହେରା, ସରୋଜ ମଲିକ, ଉମେଶ ଚନ୍ଦ୍ର ମାଝୀ, ଜଗନ୍ନାଥ କହଁର, ଉଦୟ ଶଙ୍କର ବେହେରା, ପ୍ରତାପ ପ୍ରଧାନ ପ୍ରମୁଖ ପରିଚାଳନା କରୁଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ଅତିଥିମାନେ ସାମିଲ୍‌ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରୁଥିବା ବେଳେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।