February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମଧୁ ମାଧବ ତୀର୍ଥକ୍ଷେତ୍ରକୁ ଶ୍ରୀରାମ ସେନା ପକ୍ଷରୁ ବାଇକ ରେଲି।

କଳାହାଣ୍ଡି:୧୭/୦୪ : ଆଜି ପବିତ୍ର ଶ୍ରୀରାମ ନବମୀ ପାଇଁ ସାରା ଦେଶ ରେ ହିନ୍ଦୁ ଧର୍ମାବଲମ୍ବୀ ଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିମୟ ପରିବେଶ ଖେଳିଯାଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଶ୍ରୀରାମ ସେନା ପକ୍ଷରୁ ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଥିବା ଶ୍ରୀରାମ ମନ୍ଦିର କୁ ଏକ ସୁସଜ୍ଜିତ ରଥ ଓ ବାଇକ ରେଲି ଅନୁଷ୍ଠିତ ହୋଇଥିଲା।

ଏହି ରେଲି ରେ ଶତାଧିକ ଯୁବକ ମାନେ ଅଂଶଗ୍ରହଣ କରି ଗେରୁଆ ବସ୍ତ୍ର ପରିଧାନ କରି ଦିର୍ଘ ୨୨ କିମି ବାଇକ ରେଲି ରେ ଜୟ ଶ୍ରୀରାମ, ଜୟ ହନୁମାନ ନାରା ଦେଇ ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଶ୍ରୀ ରାମ ନବମୀ ମହୋତ୍ସବ ରେ ପହଞ୍ଚି ପ୍ରଭୁ ଶ୍ରୀରାମ ଙ୍କୁ ଦର୍ଶନ କରିଥିଲେ। ଏହି ଅବସର ରେ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶ୍ରୀରାମ ସେନା ପକ୍ଷରୁ କ୍ଷୀରସିନ୍ଧୁ ନେଗି, ଅମୂଲ୍ୟ ବିଶି,ମହେଶ ଗୁପ୍ତା, ଚିତ୍ର ସେନ ବେହେରା, ମାନସ ବେହେରା,ମୋହନ ବାଗ,କିଷନ ପଟ୍ଟନାୟକ,ଅଧୁରାଜିତ ନାଏକ, ମହେନ୍ଦ୍ର ପ୍ରଧାନୀ,ବିବେକ ଶର୍ମା, ଜିତାମିତ୍ର ପ୍ରଧାନୀ,ସଞ୍ଜୀବ ନାଏକ, ସୀମାଞ୍ଚଳ ବେହେରା,ତୁଷାର ରାଉତ, ସୁରେନ୍ଦ୍ର ମାଝୀ, ତପନ ମାଝୀ,କ୍ଷୀରସିନ୍ଧୁ ପ୍ରଧାନୀ,ଶିଶିର ପ୍ରଧାନୀ,ସୁରଜ ନାଏକ,ଲିପୁନ ଶବର, ସଚିନ ପ୍ରଧାନୀ,ନକୁଳ ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।