February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାନପୋଷ କୃଷି ଜିଲ୍ଲା ଅଧିକାରୀ ଭାବେ ଜି. ଜୟନ ଙ୍କ ଯୋଗଦାନ

ରାଉରକେଲା  : ଜିଲ୍ଲା ର ପାନପୋଷ ଉପଖଣ୍ଡରେ ତା: ୩୦/ ୮/୨୪ ରେ କୃଷି ଜିଲ୍ଲା ଅଧିକାରୀ ଭାବେ ଶ୍ରୀଯୁକ୍ତ ଜି ଜୟନ ଦାୟିତ୍ୱ ଗ୍ରହଣ କରିଛନ୍ତି l ଦାୟିତ୍ୱ ଗ୍ରହଣ ପରେ ଶ୍ରୀଯୁକ୍ତ ଜୟନ ଙ୍କୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଶ୍ରୀ ଜୟନ ଙ୍କର କୃଷି ବିଭାଗ ରେ ଦୀର୍ଘ ତିରିଶ ବର୍ଷ ର ଅଭିଜ୍ଞତା ରହିଥିବାବେଳେ ସେଥିମଧ୍ୟରୁ ବିହନ ଉତ୍ପାଦନ କ୍ଷେତ୍ର ରେ ଦୀର୍ଘ କୋଡିଏ ବର୍ଷ ର ଅଭିଜ୍ଞତା ପାନପୋଷ କୃଷି ଜିଲ୍ଲା ର ଚାଷୀ ମାନଙ୍କ ପାଇଁ ବହୁ ଉପାଦେୟ ହେବ l ଶ୍ରୀ ଜୟନ ଯୋଗଦାନ ପରେ ପାନପୋଷ କୃଷି ଜିଲ୍ଲା କୁ ଆଗକୁ ବଢ଼େଇନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି l ନୂଆଗାଁ ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ବିଶ୍ରା ବ୍ଲକ କୃଷି ଅଧିକାରୀ ସୁଶ୍ରୀ ମଞ୍ଜୁବାଳା ନାୟକ, ଲାଠିକଟା ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ସୁପ୍ରିୟା ଦାସ,  ବିଶ୍ରା ସହକାରୀ କୃଷି ଅଧିକାରୀ ଶ୍ରୀ ମନୋଜ କୁମାର ବାରିକ,କୁଆଁରମୁଣ୍ଡା ସହକାରୀ କୃଷି ଅଧିକାରୀ ଶ୍ରୀମତୀ ନାରାୟଣୀ ମେହେର ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।