ସୋର : କାନ୍ଥ ରୁ ଲିଭିନି ଶୁଭ ବିବାହ ହେଲେ ଲିଭିଗଲା ଲକ୍ଷ୍ମୀପ୍ରିୟା ଙ୍କ ଜୀବନ ଦୀପ l ସାମାନ୍ୟ ଫ୍ରିଜ ପାଇଁ ଚାଲିଗଲା ନବବଧୂ ଜୀବନ l ଗତ ଜୁନ ମାସ 14 ତାରିଖ ରେ କୁପାରୀ ପଂଚାୟତ ସରପୁର ଗ୍ରାମ ର ସୁଦାମ ସେଠି ଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠି ଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ଖଇରା ବ୍ଲକ ଗଡ଼ପୋଖରୀ ପଂଚାୟତ ତେନ୍ତାଲ ଗଡିଆ ଗ୍ରାମ ର ଜଗନ୍ନାଥ ଦାସ ଙ୍କୁ ବିଭାଘର ହୋଇଥିଲା l

ବିଭାଘର କିଛି ଦିନ ଠିକଠାକ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟା କୁ ନିର୍ଯ୍ୟାତନା ଦେଉଥିଲେ l ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗିରହିଥିଲା l ଆଜି ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିବା ନେଇ ଜଗନ୍ନାଥ ଙ୍କ ଗ୍ରାମବାସି ମାନେ ଝିଅ ପରିବାର କୁ ଖବର ଦେଇଥିଲେ l ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ଜଗନ୍ନାଥ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅ କୁ ହତ୍ୟା କରିଥିବା ନେଇ ଝିଅ ପରିବାର ଲୋକ ଦାବି କରିଛନ୍ତି l ଗ୍ରାମ ରେ ଉତେଜନା ଲାଗିରହିଛି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।