MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚୁଡ଼ାଗୁଡ଼ା ପଞ୍ଚାୟତ ବାସୀଙ୍କ ମୌଳିକ ସୁବିଧା ଦାବିବିଦ୍ୟାଳୟରେ ଶିକ୍ଷକ ଅଭାବ, ଥାନା ର ପୂର୍ଣ୍ଣକାଯ୍ୟକାରୀ


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ) ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଅଛି ଦାରିଙ୍ଗବାଡି ବ୍ଳକର ବୁଡାଗୁଡା ପଞ୍ଚାୟତବାସୀ। ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମାଧାନ ପାଇଁ ଗୁହାରି ଜଣାଇଛନ୍ତି ସରପଞ୍ଚ ତାତୁରା ପ୍ରଧାନଙ୍କ ସମେତ ପଞ୍ଚୟତବାସୀ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତଟି କୋଟଗଡ ବ୍ଳକର ପକାରୀ ଓ ପାରିଗଡ, ବାଲିଗୁଡା ବୃକର ରତୁଗିଆ,
ଦାରିଙ୍ଗବାଡି ବ୍ଲକର ବୁଡାଗୁଡା, ତିଲାରୀ, କିରୀକୁଟି ଓ ଅଲିମାହା ଭଳି ୭ଟି ପଞ୍ଚାୟତର କେହ୍ର ସ୍ଥଳ ଅଟେ। ଏହି ସମସ୍ତ ପଞ୍ଚାୟତ ବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ବୁଡାଗୁଡା ପ୍ରାଥମିକ ସ୍ବାସ୍କ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭଳି କେତେକ ଗୁରୁତ୍ଵପୂର୍ଣ୍ଣ ପଦବି ବହୁତ ଦିନ ଧରି ଖାଲି ପଡିଛି। ଗ୍ରାମପଞ୍ଚ ୟତ ଠାରୁ ସରକାରୀ ଯୁକ୍ତ ଦୂଇ ମହାବିଦ୍ୟାଳୟ ୩୦ କିମି ଦୂରରେ ରହିଛି। ଅଧ୍‌ କାଂଶ ପିଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ବୁଡ଼ାଗୁଡା ସରକାରୀ ଭଚ୍ଚ ବିଦ୍ଯାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲା ଗଲେ ଅଧୁ କାଂଶ ଛାତ୍ର ଛାତ୍ରୀ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇବେ ବୋଲି କହିଛନ୍ତି ଗ୍ରାମବାସୀ। ସ୍ପାଧୀନତା ପୂର୍ବରୁ ବୁଡ଼ାଗୁଡା ଠାରେଥ ଥିବା ଥାନାଟି ଫାଣ୍ଡି ରେ ପରିଣତ ହେବା ପରେ କିଛି ବର୍ଷ ହେଲା ସମ୍ପୂର୍ଣ ବନ୍ଦ ହୋଇଯାଇଛି।

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହି ଅଞ୍ଚଳରେ ଥାନା କିମ୍ବା ଫାଣ୍ଡି କୁ ପୁନଃ କାର୍ଯ୍ୟକାରୀ କରି ବାର ଆବଶ୍ଯକତା ରହିଛି। ସେହିଭଳି ବର୍ତମାନ ସମସ୍ତ ସରକାରୀ କାର୍ଯ୍ୟ ଅନ୍‌ଲାଇନ୍‌ ମାଧ୍ଯମରେ ହେଉଥ୍‌ବା ବେଳେ ବୁଡ଼ାଗୁଡା ପଞ୍ଚାୟତରେ ଏହାର ଅଭାବ ରହିଛି। ଏହାର ସମାଧାନ ପାଇଁ ମୋବାଇଲ ଜିଓ ଟାୱାର ସ୍ଥାପନ କରାଗଲେ ବୁଡାଗୁଡା ଅଞ୍ଚଳବାସୀ ବିଶେଷ ଭପ କୃତ ହେବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ସରପଞ୍ଚ ତାଚୁରା ପ୍ରଧାନ ଓ ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଗ୍ରାମବାସୀ ଜିଲ୍ଵାପାଳକ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।