ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ର ଜଣେ ଅବସର ପ୍ରାପ୍ତ ଶିକ୍ଷକ ହିଲାରି ବଳିଆର ସିଂ ଙ୍କ ର ମଙ୍ଗଳ ବାର ଦିନ ସନ୍ଧ୍ୟା ସମୟରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ଚାରିଆଡ଼େ ବ୍ୟାପିବା ପରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ତାଙ୍କ ନିଜର ଜନ୍ମ ସ୍ଥାନ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ତାମାଙ୍ଗି ଗ୍ରାମ ରେ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ, କାଳ କ୍ରମେ ସେ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପରେ ୧୯୬୧ ମସିହା ରେ କାଟିଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଭାବେ ପ୍ରଥମ ଚାକିରି ରେ ନିଯୁକ୍ତି ପାଇଥିଲେ, ୧୯୭୬ ମସିହା ବେଳକୁ ସେ ନିଜ ପରିବାର କୁ ନେଇ ବ୍ରାହ୍ମଣୀଗାଁ ର ସ୍ଥାୟୀ ବାସିନ୍ଦା ଭାବେ ରହି ଆସୁଥିଲେ ସେହି ସମୟରେ ଅଞ୍ଚଳ ରେ ଉଚ୍ଚ ଶିକ୍ଷାର କୌଣସି ସୁବିଧା ନଥିଲା, ନିଜେ ଶିକ୍ଷିତ ହେବା ପରେ ଅଞ୍ଚଳ ରେ ଶିକ୍ଷାର ବିକାଶ କରିବା ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଅଛି, ବିଶେଷ କରି ଅଞ୍ଚଳ ର ବୁଦ୍ଧିଜୀବୀ ଓ ମେଶିନାରି ମାନଙ୍କ ସହ ମିଶି ବ୍ରାହ୍ମଣୀଗାଁ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ, ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟ, ନେତାଜୀ ଏମ ଇ ସ୍କୁଲ , ଋଷିମାଳ ମହାବିଦ୍ୟାଳୟ ସ୍ଥାପନ କ୍ଷେତ୍ର ରେ ମାର୍ଗ ଦର୍ଶନ ଦେବା ସହ ଆବଶ୍ୟକୀୟ ନଥି ପତ୍ର ଯୋଗାଡ଼ କରିବା, ଅଞ୍ଚଳ ର ସମସ୍ୟା କୁ ପ୍ରଶାସନ ଓ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଇବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ତୁଲାଇ ଥିଲେ ୧୯୭୭ ମସିହାରେ ବ୍ରାହ୍ମଣୀଗାଁ ର ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ପ୍ରଧାନ ଶିକ୍ଷକ ଙ୍କ ଦାୟିତ୍ବ ସମ୍ଭାଳି ଥିଲେ ୧୯୯୮ ମସିହାରେ ସେ ଅବସର ଗ୍ରହଣ କରି ନିଜ ପରିବାର ପୁତ୍ର ବଧୂ ନାତି ନାତୁଣୀ ଙ୍କ ଗହଣରେ ରହୁଥିଲେ । ମଙ୍ଗଳବାର ଦିନ ତାଙ୍କ ଦେହାନ୍ତ ପରେ ଖବର ପାଇ ଦୁର ଦୁରନ୍ତରେ ରହୁଥିବା ତାଙ୍କ ନିକଟ ସମ୍ପର୍କୀୟ, ବନ୍ଧୁ ବର୍ଗ, ପୁରାତନ ଛାତ୍ର ଛାତ୍ରୀ ଓ ଅଞ୍ଚଳ ର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ରେ ଶୋକାକୁଳ ପରିବେଶ ରେ ବୁଧବାର ଦିନ ତାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ମାପନ ହୋଇଛି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ