ସୋର : ଗୋଟିଏ ମେଡିକାଲରେ ଦୁଇ ଦୁଇ ଥର ଚୋରି ଏବଂ ଚୋରି ଘଟଣାରେ 3 ଜଣ ଅଭିଯୁକ୍ତ ଗିରଫ |ସିମୁଳିଆ ଥାନା ଅନ୍ତର୍ଗତ ଖଇରା ବ୍ଲକର ଗରସଙ୍ଗ ଡାକ୍ତରଖାନାରେ ଗତ ୨୧ ତାରିଖ ରାତିରେ ହୋଇଥିବା ଚୋରି ଘଟଣାରେ ସିମୁଳିଆ ପୋଲିସ ୩ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏଲଇଡି ଟିଭି, କମ୍ପ୍ୟୁଟର ମନିଟର, ସିପିଓ ଏବଂ ନଗଦ ୯ ଶହ ଟଙ୍କା ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା |ତେବେ ଉକ୍ତ ମେଡିକାଲରେ ପୁଣି ଆଉ ଥରେ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି ଏବଂ ଏନେଇ ସିମୁଳିଆ ଥାନାରେ ଅଭିଯୋଗ ପରେ ସିମୁଳିଆ ଥାନା ଅଧିକାରୀଣୀ ସ୍ଵର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ବରେ ସିମୁଳିଆ ପୋଲିସ ତଦନ୍ତ କରି ପୁଣି ଆଉ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ AC ଏବଂ ଗୋଟିଏ ପାଣି ମଟର ଜବତ କରିବା ସହ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି |ତେବେ ଅଭିଯୁକ୍ତମାନେ ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି |
ଗୋଟିଏ ମେଡିକାଲରେ ବାରମ୍ବାର ଚୋରି

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।