ମାଲକାନଗିରି : ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ନକ୍ସଲମାନଙ୍କ ସହ ପୁଲିସର ଗୁଳି ବିନିମୟ ହୋଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପଡୋଶୀ ତେଲେଙ୍ଗାନା ଭଦ୍ରାଦ୍ରିକୋଥାଗୁଡାମ ଜିଲ୍ଲା ଏବଂ କରକାଗୁଦାମ ଏବଂ ମୁଲଗୁ ଜିଲ୍ଲାର ପିନପାକା ବ୍ଲକ ଅନ୍ତର୍ଗତ ଜାନ୍ଦାଗୁଟା ଜଙ୍ଗଲରେ ଗ୍ରେହାଉଣ୍ଡ ଫୋର୍ସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହାସହ ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ନିହତ ନକ୍ସଲମାନେ ହେଲେ କୁଞ୍ଜା ବିରୈୟା ଓରଫ ଲଛନ୍ନା , ତୁଳସୀ, ଶୁକ୍ର, ଚାଲୋ, ଦୁର୍ଗେସ ବୋଲି ଜଣାପଡିଛି।
ଏମାନେ ଛତିଶଗଡର ଲକ୍ଷ୍ମଣ ଦଲମର ସଦସ୍ୟ ବୋଲି କୁହାଯାଉଛି ଯାହା ଛତିଶଗଡରୁ ତେଲେଙ୍ଗାନା ଯାଉଥିଲା। ଏହି ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଏବଂ ଗ୍ରେହାଉଣ୍ଡ ଫୋର୍ସ ମାଓବାଦୀଙ୍କୁ ଚାରି ଦିଗରୁ ଘେରି ରହିଥିଲେ। ଏହାପରେ ଉଭୟ ପଟୁ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦୁଇ ଜଣ ତେଲେଙ୍ଗାନା ପୁଲିସର ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଯବାନମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଚଲମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅପରେସନ୍ ଏସପି ପଙ୍କଜ ପରିତୋଶ କହିଛନ୍ତି ଯେ ପୁଲିସର ଜୋରଦାର କୁମ୍ବିଂ, ସର୍ଚ୍ଚ, ଏରିଆ ଡୋମିନେସନ ଏବଂ ନକ୍ସଲ ବିଲୋପ ରଣନୀତିରେ ଭୟଭୀତ ହୋଇ ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରୁଥିବା ମାଓବାଦୀଙ୍କ ସମ୍ପର୍କରେ ସୂଚନା ପୁଲିସକୁ ମିଳିଥିଲା। ଏହା ପରେ ଗ୍ରେହାଉଣ୍ଡ ଫୋର୍ସର ଯବାନମାନେ ମାଓବାଦୀଙ୍କୁ ଜନ୍ଦାଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ଅଭିଯାନ ଆରମ୍ଭ କରିଥିଲେ।ଜଙ୍ଗଲରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି। ଅଧିକରୁ ଅଧିକ ନକ୍ସଲ ଗୁରୁତର ଆହତ କିମ୍ବା ମୃତ୍ୟୁ ହୋଇଥିବା ପୁଲିସ ଆଶଙ୍କା କରୁଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।