ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କ ବହୁ ପୁରାଣ ଶାସ୍ତ୍ର ରୁ ଆମେ ପଢ଼ିଛେ ଜାଣିଛେ I କଥାରେ ଅଛି ପିତା ଗୁରୁ,ମାତା ଗୁରୁ,ଶିକ୍ଷା ଗୁରୁ ଦୀକ୍ଷା ଗୁରୁ I ମନୁଷ୍ୟ ଯେତେବେଳେ ଜନ୍ମ ନିଏ ତାର ପ୍ରଥମ ଗୁରୁ ହେଉଛନ୍ତି ମାତା ଏବଂ ପିତା I ସେହିଭଳି ଟିକିଏ ବଡ଼ ହେଲେ ବିଦ୍ୟାଳୟରେ ନାମ ଲେଖାଇଲେ ଆମକୁ ଶିକ୍ଷା ଦାନ କରୁ ଥିବା ଶିକ୍ଷକ ତଥା ଶିକ୍ଷୟିତ୍ରୀ ଗୁରୁ ଓ ଗୁରୁମା ଭାବେ ଆମକୁ ଉଚ୍ଚିତ ଶିକ୍ଷା ଦାନ କରିଥାନ୍ତି I
ସେହିଭଳି ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଜୟନ୍ତୀ ସେପ୍ଟେମ୍ବର ୫ କୁ ଆମେ ଗୁରୁଦିବସ ଭାବେ ପାଳନ କରିଥାଉ I ସେ ଜଣେ ଭଲ ଶିକ୍ଷକ ଥିଲେ ତେଣୁ ତାଙ୍କ ସ୍ମୃତିରେ ପ୍ରତ୍ୟେକ ବର୍ଷ ଆଜି ର ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ରେ ଗୁରୁ ଦିବସ ମହା ଆଡମ୍ବରରେ ପାଳିତ ହୁଏ I
ଠିକ ସେହିଭଳି ଆଜି ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଏବଂ ଗୁରୁକୁଳ ଇଣ୍ଟର ନ୍ୟାସ ନାଲ ପବ୍ଲିକ ସ୍କୁଲରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ପିଲାଙ୍କୁ କହିଛନ୍ତି ଗୁରୁ କହିଲେ ସମ୍ମାନ ଆସୁଛି, ଟିଚର୍ସ କହିଲେ ସମ୍ମାନ ହାନୀ ହେଉଛି l
ସମ୍ମାନିତ ଅତିଥି ଭାବେ ଡ଼ଃ ପ୍ରଦୀପ କୁମାର ପଟ୍ଟନାୟକ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଇତିଶ୍ରୀ ଷଡ଼ଙ୍ଗୀ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଲୋକନାଥ ବାରିକ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ I ସମ୍ପାଦକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ବିଭିନ୍ନ ଖେଳ, ନାଚ,ଗୀତ, ବିଜ୍ଞାନ ମେଳା ରେ କୃତିତ୍ୱ ଲାଭ କରିଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I
ସେହିଭଳି ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ
ପାଳିତ ହୋଇଯାଇଛି I
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।