February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହିଂସାର ସମ୍ମୁଖୀନ ହେଉଛନ୍ତି କି ମହିଳା ? ସିଧା ଅନଲାଇନରେ NWCରେ ଅଭିଯୋଗ କରନ୍ତୁ

 ମୋ ଟିଭି ଓଡିଶା ବ୍ୟୁରୋ : ଯଦି ମହିଳାମାନେ ହିଂସା ବା କୌଣସି ପ୍ରକାର ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ସିଧାସଳଖ ରାଷ୍ଟ୍ରୀୟ ମହିଳା ଆୟୋଗ (NWC) ନିକଟରେ ଅନଲାଇନରେ ଅଭିଯୋଗ କରିପାରିବେ ।  ଅଧିକାଂଶ ମହିଳା କର୍ମକ୍ଷେତ୍ର, ସର୍ବସାଧାରଣ ସ୍ଥାନରେ ହିଂସାର ସମ୍ମୁଖୀନ ହୁଅନ୍ତି । ଯଦି ମହିଳାମାନେ ଯୌନ ନିର୍ଯାତନା, ଲିଙ୍ଗଗତ ଭେଦଭାବ ଏବଂ ପାରିବାରିକ ହିଂସା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ନିକଟକୁ ଆସିଲେ ସେମାନଙ୍କୁ ଆଇନଗତ ସହାୟତା ମିଳିବାର ବ୍ୟବସ୍ଥା ରହିଛି । ସିଧାସଳଖ ନ ଯାଇ ମୋବାଇଲ ଫୋନ୍ ମାଧ୍ୟମରେ ଅନଲାଇନରେ ଅଭିଯୋଗ ଦାଖଲ କରାଯାଇପାରିବ । ଜାତୀୟ ମହିଳା ଆୟୋଗର ସହାୟତା ପାଇବାକୁ ଏବଂ ଆପଣ ଅନଲାଇନରେ କିପରି ଅଭିଯୋଗ ଦାଖଲ କରିବେ ତାହା ନିମ୍ନରେ ଜାଣନ୍ତୁ ।

ନ୍ୟାସନାଲ କମିଶନ ଫର ମହିଳା ଆକ୍ଟ, 1990 ଅଧୀନରେ ଜାନୁଆରୀ 1992ରେ ମହିଳାମାନଙ୍କ ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ ଗଠନ କରାଯାଇଥିଲା । ମହିଳା ଆୟୋଗର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କ ପାଇଁ ସାମ୍ବିଧାନିକ ତଥା ଆଇନଗତ ସଂରକ୍ଷଣର ସମୀକ୍ଷା କରିବା, ମହିଳାମାନଙ୍କୁ ସମାଜରେ ସମାନତା ହାସଲ ନେଇ ସକ୍ଷମ କରିବା; ମହିଳାଙ୍କ ସହ ଜଡ଼ିତ ଅଭିଯୋଗର ସମାଧାନ ଏବଂ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ତ ନୀତି ସମ୍ବନ୍ଧରେ ସରକାରଙ୍କୁ ପରାମର୍ଶ ଦେବା । ମହିଳା ଆୟୋଗକୁ ଅଭିଯୋଗ ଏବଂ ଅନୁସନ୍ଧାନ ସେଲ୍, ଲିଗାଲ୍ ସେଲ୍, PMR ସେଲ୍, ନନ ରେସିଡେଣ୍ଟ ଇଣ୍ଡିଆନ ସେଲ୍ ଏବଂ ଉତ୍ତର ପୂର୍ବ ସେଲ୍ ଭଳି ଅନେକ ବିଭାଗ ରହିଛି । ଯେଉଁମାନେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ନିକଟରେ ଅନଲାଇନରେ ଅଭିଯୋଗ ଦାଖଲ କରିବାକୁ ଚାହୁଁଛନ୍ତି, ସେମାନେ ଆୟୋଗର ଅଫିସିଆଲ୍ ୱେବସାଇଟ୍ http://ncw.nic.in କିମ୍ବା http://ncwapps.nic.inରେ ଦାଖଲ କରିପାରିବେ । ଯଦି ଆପଣଙ୍କର ଅଭିଯୋଗକୁ ସମର୍ଥନ କରିବାକୁ ଆପଣଙ୍କର ଡକ୍ୟୁମେଣ୍ଟ୍ ଅଛି ଆପଣ ସେଗୁଡିକୁ ଅନଲାଇନରେ ଆଟାଚ୍‌ କରିପାରିବେ ନଚେତ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ କିମ୍ବା ବ୍ୟକ୍ତିଗତ ଭାବରେ ଦାଖଲ କରିପାରିବେ । ହେଲ୍ପଲାଇନ ନମ୍ବର 011-26944880 ଏବଂ 26944883କୁ ମଧ୍ୟ କଲ୍‌ କରି ସାହାଯ୍ୟ ଲୋଡ଼ିପାରିବେ ।

ମହିଳାଙ୍କ ଅଧିକାରର ଉଲ୍ଲଂଘନର ଯେକୌଣସି ପ୍ରସଙ୍ଗ ରାଷ୍ଟ୍ରୀୟ ମହିଳା ଆୟୋଗରେ ପଞ୍ଜିକୃତ ହୋଇପାରିବ । ଏହାସହ, ମହିଳା ଆୟୋଗ ଅସ୍ପଷ୍ଟ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ ସହ ଜଡିତ ଅଭିଯୋଗ ଉପରେ ବିଚାର କରିବେ ନାହିଁ । ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ ମହିଳା ଆୟୋଗଙ୍କ ନିକଟରେ ପ୍ରକାଶ କରାଯିବା ଉଚିତ । ଅଭିଯୋଗ ଦାଖଲ ସମୟରେ ଅଭିଯୋଗକାରୀଙ୍କ ନାମ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ । ଏଥିସହ ଯଦି ଆପଣ ଅଭିଯୁକ୍ତର ବିବରଣୀ ଜାଣନ୍ତି, ତାହା ମଧ୍ୟ ପ୍ରଦାନ କରିବା ଉଚିତ । ଏହା ସହିତ ଘଟଣାର ସଂକ୍ଷିପ୍ତ ବର୍ଣ୍ଣନା ଏବଂ ପ୍ରତିକାରର ବିବରଣୀ ଯଦି ଥାଏ ତାହା ମଧ୍ୟ ଦାଖଲ କରିବା ଉଚିତ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।