ମାଲକାନଗିରି : ଏବେ ଓଡ଼ିଶାରେ ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ଶୁକ୍ରବାର ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ଵା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରାମାଣିକ କରଣ କରାଯାଇ ପାରିବ। ତେଣୁ ଆବେଦନକାରୀ ସୁଭଦ୍ରା ଯୋଜନାରେ ଲାଭ ଉଠାଇବାକୁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବାକୁ ବ୍ୟସ୍ତ ନହୋଇ ବିନା ମୋବାଇଲ ନମ୍ବରରେ ଲିଙ୍କରେ ଆବେଦନ କରି ପାରିବେ।
ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ଆବେଦନ ନିମନ୍ତେ ଅନ୍ତିମ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଏଣୁ ଆବେଦନକାରୀ ଯେ କୌଣସି ସମୟରେ ନିକଟସ୍ଥ ସେବା କେନ୍ଦ୍ରରେ ଆବେଦନ କରି ପାରିବେ। ୨୧ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ହୋଇଥିବା ମହିଳା ଏହି ଯୋଜନାରେ ଆବେଦନ କରି ପାରିବେ। ଆବେଦନ ଫର୍ମ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ବିନା ମୂଲ୍ୟରେ ଉପଲବ୍ଧ ହେଉଛି। ସେହିପରି ବିନା ମୂଲ୍ୟରେ ସେବା କେନ୍ଦ୍ରରେ ଫର୍ମ ପୂରଣ ଓ ପଞ୍ଜିକରଣ କରାଯାଉଛି। ଆବେଦନକାରୀ ନିଜର ଆଧାର ସହ ବ୍ୟାଙ୍କ୍ ଲିଙ୍କ କରିବା ଆବଶ୍ୟକ । ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ଆଧାର ସଂଶୋଧନ ନିମନ୍ତେ ସ୍ଵତନ୍ତ୍ର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ବଣ୍ଡା ଓ ଦିଦାୟୀ ଜନଜାତି ମହିଳାଙ୍କ ନିମନ୍ତେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ମଧ୍ୟରେ ସଚେତନତା ନିମନ୍ତେ ୭ ସେପ୍ଟେମ୍ୱରରେ ସୁଭଦ୍ରା ରଥର ଶୁଭାରମ୍ଭ କରାଯିବ। ଜିଲ୍ଲାରେ ୩ ଲକ୍ଷ ରୁ ଉର୍ଦ୍ଧ୍ବ ଫର୍ମ ବଣ୍ଟନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଆବେଦନ ପରେ ବ୍ଲକ ସ୍ତରୀୟ ତଦନ୍ତ ପରେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ସୁବିଧା ପାଇବେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।