ମୋ ଟିଭି ଓଡିଶା / ଭୁବନେଶ୍ୱର : ଦୁଇ ବର୍ଷ ପରେ ହେବ ମହାନଗର ନିର୍ବାଚନ । ଅଧିକାଂଶ ୱାର୍ଡ ଏବଂ ମେୟର ସିଟ୍ ଦଖଲ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଭୁବନେଶ୍ଵରରେ 2 ଲକ୍ଷରୁ ଅଧିକ ସଦସ୍ୟ ଯୋଡିବା ପାଇଁ ଦଳ ଟାର୍ଗେଟ ରଖିଛି । ଏନେଇ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳାରେ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ । ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗକୁ ଅଛି ପୌରନିର୍ବାଚନ । ଏହି ପରିପ୍ରେକ୍ଷୀରେ ବିଜେପି ସରକାର କରିବା ପରେ ଏବେ ପଞ୍ଚାୟତ ଏବଂ ପୌରନିର୍ବାଚନ ଉପରେ ନଜର । ଆଜି ବୈଠକ ପରେ ସାଂସଦ ଅପରାଜିତା କହିଛନ୍ତି, “ଦୁଇ ବର୍ଷ ପରେ ହେବାକୁ ଥିବା ମହାନଗର ନିର୍ବାଚନରେ ଅଧିକାଂଶ ୱାର୍ଡ ଏବଂ ମେୟର ସିଟ୍ ଦଖଲ ପାଇଁ ଲକ୍ଷ୍ୟ ରଖିଛି ଦଳ । ଭୁବନେଶ୍ଵରରେ 2 ଲକ୍ଷରୁ ଅଧିକ ସଦସ୍ୟ ଯୋଡିବା ପାଇଁ ଦଳ ଟାର୍ଗେଟ କରିଛି ।” ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳାରେ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ ।
କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଭୁବନେଶ୍ୱରରେ 12 ମଣ୍ଡଳ, 67 ୱାର୍ଡ ଓ 676ଟି ବୁଥ । ତେଣୁ ପ୍ରତି ବୁଥରେ ସବୁ ଘରକୁ ଯାଇ ଅଧିକରୁ ଅଧିକ ଲୋକଙ୍କୁ ଦଳରେ ସଦସ୍ୟତା ଯୋଡ଼ିବେ ନେତା ଓ କର୍ମକର୍ତ୍ତା । ସବୁ ବର୍ଗର ଲୋକଙ୍କୁ ବିଜେପିରେ ସାମିଲ କରିବା ପାଇଁ ଗୁରୁତ୍ଵ ଦିଆଯାଇଛି । ଏକାମ୍ର, ଉତ୍ତର ଏବଂ ମଧ୍ୟ, ପ୍ରତି ନିର୍ବାଚନ ମଣ୍ଡଳୀରୁ 70 ହଜାର ଲେଖାଏଁ ନୂଆ ସଦସ୍ୟ ଯୋଡାଯିବ । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଆୟୋଜିତ କର୍ମଶାଳାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ । ଏହାସହ କର୍ମଶାଳାରେ ଭୁବନେଶ୍ଵର ସାଂଗଠନିକ ଜିଲ୍ଲାର ସବୁ ମଣ୍ଡଳ ସଭାପତିଙ୍କଠାରୁ ଆରମ୍ଭ କରି ବୁଥ ସ୍ତରର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।