ଖୋର୍ଦ୍ଧା : ୧୯/୦୪: ପ୍ରଚଣ୍ଡ ରୌଦ୍ରତାପରେ ଓଡିଶା ର ପ୍ରାୟ ସ୍ଥାନ ଗରମରେ ଶିଜିଲାଣି, ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ବାଟ ରେ ଘାଟ ରେ ବିଶୁଦ୍ଧ ପାଣି ଟିକେ ପିଇବା ପାଇଁ ବ୍ଳକ କି ପଂଚାୟତ ପକ୍ଷରୁ ଏପର୍ୟ୍ଯନ୍ତ କୌଣସି ବ୍ୟବସ୍ଥା କରାପାଉ ନଥିବାରୁ ଛଟପଟ ହେଉଛନ୍ତି। ଏହି ଜଳକଷ୍ଟ କୁ ଅନୁଭବ କରି ବାଟୋଇ ଙ୍କୁ ପିଇବା ପାଣି ଦେବା ଉଦ୍ଦେଶ୍ୟରେ ନିରାକାରପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଷ୍ଟେସନ ରୋଡ ସ୍ଥିତ ତାରିଣୀ ମଣ୍ଡପରେ ଏକ ଜଳ ଛତ୍ର ଖୋଲାଯାଇଛି।ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ପ୍ରସନ୍ନ କୁମାର ନନ୍ଦ, ସମ୍ପାଦକ ଦୀନବନ୍ଧୁ କର, କୋଷାଧ୍ୟକ୍ଷ ସର୍ବେଶ୍ଵର ପାହାଡସିଂହ ଓ ଉପସଭାପତି ସତ୍ୟନାରାୟଣ କର ପ୍ରମୁଖଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତ୍ତାଗଣ ସହଯୋଗ କରିଛନ୍ତି .
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ