କଳାହାଣ୍ଡି:୧୯/୦୪ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପୌରାଣିକ କିମ୍ବଦନ୍ତୀ ବହନ ସହ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ର ପ୍ରାକୃତିକ ସୌନ୍ଦର୍ଯ୍ୟ ମଣ୍ଡିତ ରେ ରହିଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ରାମ ନବମୀ ମହୋତ୍ସବ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି l
ଶୁକ୍ରବାର କଳାହାଣ୍ଡି ରାଜ ପରିବାରର ମହାରାଣୀ ତଥା ବିଜେପିରୁ ସାଂସଦ ପ୍ରାର୍ଥୀନି ମାଲବିକା କେଶରୀ ଦେଓ ମଧୁ ମାଧବ ତୀର୍ଥକ୍ଷେତ୍ର ରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଛନ୍ତି। ମାଲବିକା କେଶରୀ ଦେଓଙ୍କ ସହ ତାଙ୍କ ସ୍ୱାମୀ ତଥା ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ ଦେଓ, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ,ଉପ ସଭାପତି ଗୋପାଳ ଅଗ୍ରୱାଲ, ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରଧାନୀ,ସୁଧୀର କୁମାର ପାତ୍ର, ସୁଶୀଲ ପାଢ଼ୀ, ଲଲାଟେନ୍ଦୁ ନାରାୟଣ ପ୍ରଧାନୀ, ପ୍ରମୋଦ କୁମାର ପ୍ରଧାନୀ, ଉନ୍ନୟନ କମିଟିର ସଦସ୍ୟ ସଭାପତି ଭଦରେଶ୍ୱର ପାତ୍ର,ଉପ ସଭାପତି, ଘନଶ୍ୟାମ ନାଏକ, ସମ୍ପାଦକ ନିଳାମ୍ବର ନାଏକ,ଦୁଷ୍ମନ୍ତ ପାଟ୍ଟଯୋଶୀ ଓ ଅନ୍ୟ ବିଜେପି ଓ ଉନ୍ନୟନ କମିଟିର ସଦସ୍ୟ ଉପସ୍ଥିତ ଥିଲେ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।