କଳାହାଣ୍ଡି:୨୦/୦୪ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଧର୍ମଗଡ ବ୍ଲକ ଛଞ୍ଚାନବାହିଲି ପଞ୍ଚାୟତ ରାବଣ ଗୁଡା ଗ୍ରାମର ଜଣେ ଭିନ୍ନକ୍ଷମ ଯୁବତୀ ଙ୍କୁ ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗ ରେ ଜଣେ ପ୍ରତାରକ ପ୍ରେମିକ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋକସରା ପୋଲିସ। ସୂଚନା ମତେ ରାବଣ ଗୁଡା ଗ୍ରାମର ଯୁବକ ନିଳାମ୍ବର ଚିଲାଗୁଣ(୨୦) ସେହି ଗ୍ରାମର ଜଣେ ଭିନ୍ନକ୍ଷମ ଯୁବତୀ ଙ୍କୁ ଗତ ବର୍ଷେ ହେବ ପ୍ରେମ ର ପ୍ରଲୋଭନ ଦେଇ ତା ସାଙ୍ଗ ରେ ପ୍ରେମ ପରେ ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣା କରିଥିବା ନେଇ ଯୁବତୀ କୋକସରା ଥାନା ରେ ୨୪/୦୩/୨୪ ରେ ଲିଖିତ ଅଭିଯୋଗ କରିଥିଲେ।ଯୁବତୀ ଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଥିଲେ ଓ ଗୁରୁବାର ଅଭିଯୁକ୍ତ ଯୁବକ କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ନେଇ କୋକସରା ପୋଲିସ ଏକ ପକ୍ଷରୁ ସୂଚନା ମିଳିଛି।
ଯୁବତୀ ଙ୍କୁ ପ୍ରେମ ପ୍ରତାରଣା ଦୁଷ୍କର୍ମ ଅଭିଯୋଗ, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ପ୍ରେମିକ।

More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ