February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଶୁଦ୍ଧ ପାନୀୟ ଜଳ ଗ୍ରାମବାସୀଙ୍କ ପାଇଁ ସାତ ସ୍ବପ୍ନ, ଫଳରେ ଦୁର୍ବିସହ ଭିତରେ ବିତୁଛି ଜୀବନ,bପାଣି ପାଇଁ ହା ହା କାର l


ଦାରିଙ୍ଗବାଡ଼ି, ୨୦/୪(ସୁଶାନ୍ତ କୁମାର ସାହୁ) :
ସହର ଠୁ ଆରମ୍ଭ କରି ପ୍ରତ୍ୟକ ଗ୍ରାମରେ କିଭଳି ସମସ୍ତ ଲୋକଙ୍କ ପାଖରେ ସମସ୍ତ ପ୍ରକାର ମୌଳିକ ସୁବିଧା ପହଞ୍ଚି ପାରିବ ସେଥିପାଇଁ ରାଜ୍ୟ ସରକାର ଅହରହ ଚେଷ୍ଟା ଜାରୀରଖିଛନ୍ତି । ସେଥିପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି । ଆଜିବି ଏମିତି ଗ୍ରାମ ରହିଛି ଯେଉଁଠି କି ସରକାରଙ୍କ ଯୋଜନା ପହଁଚିବା ମୁସ୍କିଲ ହୋଇପଡିଛି। ଫଳରେ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସିକପାଟା ଗ୍ରାମରେ ।

ବ୍ଲକ ହେଡ଼ କ୍ୱାଟର ରୁ ମାତ୍ର ଏକ କିଲୋମିଟର ମଧ୍ୟରେ ଏହି ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ୫୦ ପରିବାର ଜନସଂଖ୍ୟା ପ୍ରାୟ ୨୦୦ ରୁ ଉର୍ଦ୍ଧ ରହୁଛନ୍ତି। ପହଞ୍ଚି ପାରିନି ସମସ୍ତ ସରକାରୀ ଯୋଜନା । ବସୁଧା ପାନୀୟ ଜଳ ଏମାନଙ୍କ ପାଇଁ ସାତସପନ ପାଲଟିଛି । ତେଣୁ ଗାଁ ଲୋକଙ୍କୁ ଚୁଆ ପାଣି ଉପରେ ହିଁ ନିର୍ଭର କରି ଚଳିବାକୁ ପଡୁଛି । ଗ୍ରାମକୁ ସ୍ୱଚ୍ଛ ପାଣିର ବ୍ୟବସ୍ଥା ନାହିଁ । ଯେମିତି ଗ୍ରାମକୁ ଦେଖିଲେ ଲାଗୁଛି ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାମର ଅକ୍ଷୟ ପରିଛା, ପବିତ୍ର ପ୍ରଧାନ, ବାଦଲ ଉଠାନସିଂ , କବିଚନ୍ଦ୍ର ପ୍ରଧାନ, ବିଜୟ ମନ୍ତ୍ରୀ, ଅଜିତ ଦିଗାଳ, ରାଜେନ୍ଦ୍ର ଦିଗାଳଙ୍କ ସମେତ ସମସ୍ତ ଗ୍ରାମବାସୀ ।

ଖରା ଦିନେ ଜଳସ୍ତର କମିଗଲେ ନଳକୂପ ର ପାଣି ବାହାରୁନି ଅଧ ଘଣ୍ଟା ପରିଶ୍ରମ ପରେ ପାଣି ପାଉଛନ୍ତି। ବେଳେ ବେଳେ ନଳକୂପ ଖରାପ ହେଲେ ବାଧ୍ୟ ହୋଇ ଚୁଆ ପାଣି ବ୍ୟବହାର କରି ବିଭିନ୍ନ ଚର୍ମ ରୋଗ ସହ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ବିଭାଗୀୟ ଅଧିକାରୀ ଠାରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ କେହି ଶୁଣିବାକୁ ନାରାଜ ଥିବା କହିଛନ୍ତି ସେମାନେ। ଗ୍ରୀଷ୍ମ ପ୍ରଭାହ ଜାରି ରହିଛି ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଆମେ ଗ୍ରାମ୍ୟ ଜଳ ଯୋଗାଣର ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତଙ୍କୁ ପଚାରିବାରୁ ନୂତନ ଭାବେ ନଳକୂପ ଖନନ ହେଉଛି ୧୫ ରୁ ୨୦ ଦିନ ଭିତରେ ପାଣି ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏପଟେ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।