ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ ) : ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଫର୍ମ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିଛି। ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ମାନେ ଫର୍ମ ପାଇଁ କୌଣସି ହିତାଧିକାରୀ ମାନଙ୍କ ଠାରୁ ଟଙ୍କା ଆଦାୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ମଧ୍ୟ ରହିଛି। ଏହି ନିର୍ଦ୍ଦେଶ ର ଉଲଂଘନ ଅଭିଯୋଗ ରେ ହେମଗିର ବ୍ଲକ ର ଅଙ୍କେଲବିରା ର ଜନ ସେବା କେନ୍ଦ୍ର କୁ ବ୍ଲକ ପ୍ରଶାସନ ଦ୍ବାରା ଜବତ କରାଯାଇଅଛି ଏବଂ ସଂପୃକ୍ତ ଜନ ସେବା କେନ୍ଦ୍ରର ଭି.ଏଲ୍. ଇ. ଙ୍କ ବିରୋଧ ରେ ଏଫ୍.ଆଇ.ଆର୍. ଦିଆଯାଇଛି।

ପ୍ରକାଶ ଥାଉ କି ସଂପୃକ୍ତ ଭି.ଏଲ. ଇ. ଜଣକ ଫର୍ମ ପାଇଁ ହିତାଧିକାରୀ ମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଏପରିକି ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କ ଠୁ ମଧ୍ୟ ଟଙ୍କା ଆଦାୟ କରୁଥିଲେ। ଅଭିଯୋଗ ପାଇ ହେମଗିର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ ଗ୍ରାମ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ଦ୍ଵାରା ଏହାର ଅନୁସନ୍ଧାନ କରେଇଥିଲେ। ଆଜି ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ଏକ ଟିମ୍ ସହ ଯାଇ ସେହି କେନ୍ଦ୍ର କୁ ସିଜ୍ କରିଥିଲେ, କେନ୍ଦ୍ର ରେ ବ୍ୟବହୃତ ମେସିନ ଗୁଡ଼ିକ ମଧ୍ୟ ଜବତ କରାଯାଇଥିଲା ଏବଂ କେନ୍ଦ୍ର ର ଭି.ଏଲ. ଇ. ବିରୋଧ ରେ ଏଫ୍. ଆଇ. ଆର୍ ଦେଇଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।