January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିଶାସକ୍ତ ଅବସ୍ଥାରେ ରହୁଛନ୍ତି ଡ଼ାକ୍ତର

ବ୍ରାହ୍ମଣୀଗାଁ ମେଡ଼ିକାଲର ବିଭିନ୍ନ ସମସ୍ୟା ର ସମାଧାନ ଦାବୀରେ ଇନଚାର୍ଜ ଙ୍କୁ ଘେରିଲେ ଅଞ୍ଚଳ ବାସୀ ।
ନିଶାସକ୍ତ ଅବସ୍ଥାରେ ରହୁଛନ୍ତି ଡ଼ାକ୍ତର ,ଅଞ୍ଚଳ ବାସୀଙ୍କ ଅଭଯୋଗ ।


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଆ:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଲାଗି ରହିଛି ବିଭିନ୍ନ ସମସ୍ୟା, ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ତଦାରଖ ର ଅଭାବ ହେତୁ ଅନେକ କାର୍ଯ୍ୟ ଅଧ ପନ୍ତରିଆ ହୋଇ ପଡ଼ିରହି ଥିବା ବେଳେ, ମେଡିକାଲ କର୍ମଚାରି ମାନଙ୍କ ଖାମ ଖିଆଲି ମନୋଭାବ ପ୍ରଦର୍ଶନ କୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଇନଚାର୍ଜ ଯାକେଶ ସାମନ୍ତ ରାୟ ବ୍ରାହ୍ମଣୀଗାଁ ମେଡ଼ିକାଲ ପରିଦର୍ଶନ ରେ ଆସି ଥିବା ବେଳେ ମେଡ଼ିକାଲ ରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଞ୍ଚଳ ବାସୀ ତାଙ୍କୁ ଘେରିଥିଲେ l

ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଛନ୍ତି ମେଡ଼ିକାଲ ଇନଚାର୍ଜ… ମୋ ଟିଭି ଓଡିଶା


ବ୍ରାହ୍ମଣୀଗାଁ ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଦୂରତା ୪୦କିମି ହେଉଥିବା ବେଳେ ଆଭ୍ୟନ୍ତରୀଣ ଗ୍ରାମ ଗୁଡ଼ିକ ପ୍ରାୟ ୬୦ରୁ ୭୦କିମି ଦୂର ରେ ଅବସ୍ଥିତ ଦୁର୍ଗମ ଅଞ୍ଚଳ ରେ ଜରୁରୀ କାଳୀନ ରୋଗୀ ସେବା ପହଞ୍ଚାଇବା ପାଇଁ ବିଶେଷ କରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଗ୍ରହ ରେ ଏଠାରେ ଏକ ପ୍ରସବ କେନ୍ଦ୍ର ସ୍ଥାପନ କରାଯାଇଛି, ଏହି ସୁବିଧା ଥିବାରୁ କନ୍ଧମାଳ, ଗଜପତି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ଗ୍ରାମ ଗୁଡ଼ିକ ରୁ ଗର୍ଭବତୀ ମହିଳା ମାନେ ରାତ୍ରି ଅଧ ରେ ମଧ୍ୟ ଜରୁରୀ କାଳୀନ ସେବା ପାଇଁ ଏଠାକୁ ଆସନ୍ତି । ଦୁଃଖ ର ବିଷୟ ଅନେକ ଥର ରାତ୍ରି ସମୟ ରେ ଡାକ୍ତର ଓ ନର୍ସ ମାନେ ଅନୁପସ୍ଥିତ ରହୁଥିବା ଏବଂ ଏଠି କାର୍ଯ୍ୟରତ ଡ଼ାକ୍ତର ପ୍ରାୟ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ରୁ ରାତ୍ରି ସମୟ ରେ ଯେତେ ଡ଼ାକିଲେ ବି ଉଠନ୍ତି ନାହିଁ ବୋଲି ଅଭିଯୋଗ ହେଉଛି, ଅନ୍ୟ ପକ୍ଷରେ ଡାକ୍ତର ଛୁଟି ରେ ଗଲେ ତାଙ୍କ ସ୍ଥାନ ରେ ଅନ୍ୟ କେହି ଡାକ୍ତର ରହୁ ନ ଥିବାରୁ ରୋଗୀ ସେବା ବାଧା ପ୍ରାପ୍ତ ହେଉଛି । ଗର୍ଭବତୀ ମହିଳା ମାନେ ମେଡ଼ିକାଲ ରେ ରହି ଚିକିତ୍ସା ହେବାପାଇଁ କୌଣସି ସୁବିଧା ନାହିଁ।

ରୋଗୀ ମାନଙ୍କ ସଂଖ୍ୟା ବଢୁଥିବାରୁ ଅତିରିକ୍ତ ଡାକ୍ତର ଓ ନର୍ସଙ୍କ ର ଆବଶ୍ୟକତା ରହିଛି। ମେଡ଼ିକାଲରେ ଭିତ୍ତି ଭୂମି ର ଆବଶ୍ୟକତା ରହିଛି। ଅନେକ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଏହି ସମସ୍ତ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଥିଲେ।ଅଞ୍ଚଳ ବାସୀ ସମସ୍ତ ଅଭିଯୋଗ ଶୁଣିବା ପରେ ଇନଚାର୍ଜ ଡାକ୍ତର ଶ୍ରୀ ରାୟ ଲୋକଙ୍କୁ ବୁଝା ଶୁଝା କରି କାର୍ଯ୍ୟରତ ଡାକ୍ତର ଙ୍କୁ ସଠିକ୍ ଭାବେ ରୋଗୀ ସେବା ପ୍ରଦାନ କରିବା କ୍ଷେତ୍ର ରେ ନିର୍ଦ୍ଦେଶ ଦେବା ସହ ପ୍ରସବ ପାଇଁ ଆଉଜଣେ ନର୍ସ ଙ୍କୁ ନିଯୁକ୍ତି କରିବେ ଏବଂ ମେଡ଼ିକାଲ ପରିସର ରେ ଅର୍ଦ୍ଧ ନିର୍ମିତ କୋଠା ଗୁଡ଼ିକୁ ପୂର୍ଣ୍ଣାଙ୍ଗ କରି ପ୍ରସୂତୀ ପ୍ରକୋଷ୍ଠ ନିର୍ମାଣ କରିବା ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପାଳନ କରା ନ ଗଲେ ଆଗାମୀ ଦିନ ରେ ଏହା ଆନ୍ଦୋଳନର ରୁପ ନେବ ବୋଲି ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ ସମେତ ଉପସ୍ଥିତ ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।