January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲା ରେ ସୁଭଦ୍ରା ଯୋଜନା ର ସୁ ପରିଚାଳନା ପାଇଁ ନୋଡାଲ ଅଧିକାରୀ ଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ

ସୁନ୍ଦରଗଡ଼, ୧୪/୦୯(ଦେବେନ୍ଦ୍ର କୁମାର ଭିତ୍ରିଆ ): ସରକାର ଙ୍କ ଅଭିନବ ପ୍ରୟାସ ସୁଭଦ୍ରା ଯୋଜନା । ଜିଲ୍ଲା ରେ ଏହି ଯୋଜନା ର ସଫଳ ରୂପାୟନ ନିମନ୍ତେ ସୁଭଦ୍ରା ନିମନ୍ତେ ନିଯୁକ୍ତ ଥିବା ନୋଡାଲ ଅଧିକାରୀ ମାନଙ୍କ ଦ୍ଵାରା ଦୈନିକ ତଦାରଖ ଏବଂ ନିରୀକ୍ଷଣ ପ୍ରକ୍ରିୟା ଚାଲିଅଛି।


ଏହି ପରିପ୍ରେକ୍ଷୀରେ ସଦର ବ୍ଲକ ଏଵଂ ସୁନ୍ଦରଗଡ଼ ପୌରାଞ୍ଚଳ ପାଇଁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀ ରବି ନାରାୟଣ ସାହୁ, ବାଲିଶଙ୍କରା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ବଡ଼ଗାଁ ବ୍ଲକ ପାଇଁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ଦୁଃଖବନ୍ଧୁ ନାୟକ, ହେମଗିର ବ୍ଲକ ପାଇଁ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡ଼ିଶା ଜୀବିକା ମିଶନ ଶ୍ରୀ ସାମୁଏଲ ଟପ୍ପ, ସବଡେଗା ବ୍ଲକ ପାଇଁ
ଓରମାସ ର ଉପ – ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ କେଶବ ଝା , ଟାଙ୍ଗରପାଲି ଓ ଲେଫ୍ରୀପଡ଼ା ବ୍ଲକ ପାଇଁ ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ବିଶ୍ରା ଓ ଲାଠିକଟା ବ୍ଲକ ପାଇଁ ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ, ବଣାଇ ଓ କୋଇଡା ବ୍ଲକ ପାଇଁ ଉପଜିଲ୍ଲାପାଳ ବଣାଇ ଶ୍ରୀ ଅକ୍ଷୟ ପିଲ୍ଲେ, ରାଜଗାଙ୍ଗପୁର ବ୍ଲକ ଏବଂ

ପୌରାଞ୍ଚଳ ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ଗୁରୁଣ୍ଡିଆ ବ୍ଲକ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, କୁଆଁରମୁଣ୍ଡା ଏବଂ ବୀରମିତ୍ରପୁର ପୌରାଞ୍ଚଳ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ, କୁତ୍ରା ବ୍ଲକ ପାଇଁ ପି. ଏ. ଆଇ. ଟି. ଡି. ଏ. ସୁନ୍ଦରଗଡ଼, ନୂଆଗାଁ ବ୍ଲକ ପାଇଁ ପି. ଏ. ଆଇ. ଟି.ଡି. ଏ. ପାନପୋଷ, ଲହୁଣୀପଡ଼ା ବ୍ଲକ ପାଇଁ ପି. ଏ. ଆଇ. ଟି. ଡି. ଏ ବଣାଇ ଏବଂ ରାଉରକେଲା ମହାନଗର ନିଗମ ଅଞ୍ଚଳ ପାଇଁ ଡେପୁଟି କମିଶନର , ରାଉରକେଲା ମହାନଗର ନିଗମ ଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରା ଯାଇଅଛି।

ସମସ୍ତ ନୋଡାଲ ଅଧିକାରୀ ମାନେ ନିଜ ନିଜ ପ୍ରଦତ୍ତ ଅଞ୍ଚଳ ଗୁଡ଼ିକ ନିୟମିତ ଭାବେ ପରିଦର୍ଶନ କରୁଛନ୍ତି । ସେହିପରି ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ପରିଦର୍ଶନ କରି ଫର୍ମ ପୂରଣ ପ୍ରକ୍ରିୟା, ଡିଜିଟାଇଜେସନ ଆଦି ନିରୀକ୍ଷଣ କରିବା ସହିତ ହିତାଧିକାରୀ ମାନଙ୍କ ସହିତ ଯୋଜନା ସମ୍ପର୍କିତ ଆଲୋଚନା ମଧ୍ୟ କରୁଛନ୍ତି ଏବଂ ଜିଲ୍ଲା ରେ ସୁଭଦ୍ରା ଯୋଜନା ର ସଫଳ କାର୍ଯ୍ୟକାରିତା ନେଇ ତଦାରଖ କରୁଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।