February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅସହ୍ୟ ତାତି ଅସ୍ତବ୍ୟସ୍ଥ କରୁଥିବା ବେଳେ ବଣ ପାହାଡ଼ ଘେରା ଜଙ୍ଗଲରେ ଲାଗୁଛି ନିଆଁ l


ଦାରିଙ୍ଗବାଡି, ୨୦/୪(ସୁଶାନ୍ତ କୁମାର ସାହୁ):

ବର୍ତ୍ତମାନ ସାରା ରାଜ୍ୟରେ ଅସହ୍ୟ ତାତି ତାପମାତ୍ରା ବିଭିନ୍ନ ଜିଲ୍ଲାରେ ୪୫ ଡିଗ୍ରୀ ଛୁଇଁଲାଣି ହେଲେ ଏଥିରୁ ବାଦ ପଡ଼ିନାହିଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ | ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା ପାଖାପାଖି ୩୬ ଡିଗ୍ରୀ ରୁ ଉର୍ଦ୍ଧ୍ବ ଛୁଇଁଲାଣି ଗୋଟିଏ ପଟେ ଟାଣ ଖରାରେ ଲୋକେ ଆଉଟୁପାଉଟୁ ହେଉଥୁବା ବେଳେ ଅନ୍ୟ ପଟେ ବଣ,ପାହାଡ଼ ଘେରା ଜଙ୍ଗଲରେ ନିଆଁ ଲାଗି ଗରମ ଗୁଳୁ ଗୁଳି ଦ୍ବିଗୁଣିତ ହେଉଛି l

ତେବେ ଜନ ସଚେତନ ଓ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୂର୍ବ ଅପେକ୍ଷା ଏବେ ପୋଡୁ ଚାଷ ପାଇଁ ଲୋକ ଜଙ୍ଗଲରେ ନିଆଁ ଲଗାଉନଥିବା ବେଳେ କିଛି ଅଞ୍ଚଳରେ ଏଥିପାଇଁ ନିଆଁ ଲଗାଯାଉଥିବା ଜଣାପଡିଛି ତେବେ ପାହାଡ଼ରେ ଚଲା ରାସ୍ତା ପାଇଁ ସୁବିଧା ଯାତାୟତରେ ସୁବିଧା ହେବ ବୋଲି ଦୁର୍ବୁତ୍ତ ମାନେ ପାହାଡ଼ରେ ନିଆଁ ଲଗାଇଦେଉଥିବା ବେଳେ କିଛି ଶିକାରୀ ଜଙ୍ଗଲର ଜୀବଜନ୍ତୁଙ୍କୁ ଧରିବା ବା ତାଙ୍କ ପ୍ରାଣୀହାନି କରିବା ମନ୍ଦ ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଫାଇଦା ନେଉଥିବା ବନ ବିଭାଗ ଜାଣିସାରିଛି l ସେମାନଙ୍କୁ ଧରିବା ପାଇଁ ବନ ବିଭାଗର ଟିମ ଚେଷ୍ଟା ଚଳାଇଥିବା ବାଲିଗୁଡା ଏସସିଏଫ ତଥା ଦାରିଙ୍ଗବାଡି ବନାଞ୍ଚଳ ର ଅଧିକାରୀ ସତୀଶ କୁମାର ଧାରୁଆ କହିଥିବା ବେଳେ | ବାଲିଗୁଡା ବନ ଉପଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ନିଜେ ଗୁରୁବାର ବିଳମ୍ବିତ ରାତିରେ ଜଙ୍ଗଲରେ ନିଆଁ ଲିଭାବାରେ ସାମିଲ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ସେ ଏବଂ ଏସସିଏଫ ସତୀଶ କୁମାର ଧାରୁଆ ଙ୍କ ସମେତ ବନ କର୍ମଚାରି ଉକ୍ତ  ବନାଞ୍ଚଳ ବୁଡ଼ାଗୁଡା ସେକ୍ସନ ପକାରୀ ବନାଞ୍ଚଳରେ  ନିଆଁ ଲିଭାଇବାରେ ଡିଫଓ ସାମିଲ ହୋଇ ନିଆଁ ଲିଭାବାରେ ସାହାଯ୍ୟ କରିଥିଲେ l

ଏଥିରେ ବନ କର୍ମଚାରୀଙ୍କ ମନବୋଳ ବୃଦ୍ଧି ପାଇଥିବା କର୍ମଚାରି ମାନେ କହିଛନ୍ତି | ପ୍ରକାଶଯେ ଅଞ୍ଚଳରେ  ସଂରକ୍ଷିତ ଜଙ୍ଗଲ ସମେତ ରାଜସ୍ୱ ଜଙ୍ଗଲ ଓ ପ୍ରସ୍ଥାବିତ ସରଂକ୍ଷିତ ଜଙ୍ଗଲରେ ଦୁର୍ବୁତ୍ତ ମାନେ ନିଆଁ ଲଗାଇଦେଉଥିବାରୁ ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ୨୪ ଘଣ୍ଟିଆ ସେବା ପାଇଁ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।