February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପଞ୍ଚାୟତରେ ଖୁସିର ଲହରୀ ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ଉତ୍ସାହ ୧୭ କୁ ଅପେକ୍ଷା ।

ଦାରିଙ୍ଗବାଡ଼ି,ମୋ ଟିଭି ଓଡ଼ିଶା:(ସୁଶାନ୍ତ ସାହୁ)
ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି ସେତିକି ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନାକୁ ନେଇ ତତ୍ପରତା ବୃଦ୍ଧି ପାଉଛି। ସେହି କ୍ରମରେ ଗାଁ ତଥା ଦୁର୍ଗମ ଗାଁଗୁଡ଼ିକରେ ମଧ୍ୟ ଏହି ଯୋଜନାକୁ ନେଇ ୨୧ ବର୍ଷଠାରୁ ୬୦ ବର୍ଷ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।

ତେବେ ଏହି ଯୋଜନାରେ କିଭଳି ସମସ୍ତ ହିତାଧିକାରୀ ସଫଳତାର ସହ ନିଜ ନାମ ପଞ୍ଜୀକୃତ କରିବେ ତାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରୟାସ କରୁଛନ୍ତି। ଗତ ୪ ଦିନ ହେଲା ଗାଁ ଗାଁରେ ଏହି ଯୋଜନା ସମ୍ପର୍କରେ ଜନସଚେତନ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୨୫ ପଞ୍ଚାୟତରେ ସୁଭଦ୍ରା ରଥ ବୁଲୁଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୨୦ ଟି ପଞ୍ଚାୟତ ରଥ ବୁଲିସାରିଲାଣି। ସବୁଠି ସୁଭଦ୍ରା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଉଥିବା ବେଳେ ଘଣ୍ଟ, ହୁଳହୁଳି ସହ ନଡ଼ିଆ ଭାଙ୍ଗି ସ୍ବାଗତ ଜଣାଉଛନ୍ତି।

ଏହି ସମୟରେ ସରପଞ୍ଚ, ସମିତିସଭ୍ୟ, ଅଙ୍ଗନଓ୍ବାଡ଼ି କର୍ମୀ,ସିଆପି ଓ ଅନ୍ୟ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ରହି ଲୋକଙ୍କୁ ବୁଝାଇବା ସହିତ ସଚେତନ କରୁଛନ୍ତି ଆଜି ବୁଡ଼ାଗୁଡା ଠାରେ ଅଙ୍ଗନବାଡି କର୍ମୀ କୁଶ୍ମିତା ବେହେରା, ତିଳତମା ଦଳପତି, କାନ୍ଦୁରି ପ୍ରଧାନ ସସିରେଖା ପ୍ରଧାନ ,ଲୟା ପ୍ରଧାନ, ଅନିତା ପ୍ରଧାନ, ଗୀତାଞ୍ଜଳି ପାତ୍ର, ସରସ୍ୱତୀ ବିନ୍ଧାଣି, ମେନକା ବିସିଙ୍ଗି ,ସୁଶିଳା ବିସିଙ୍ଗି ଯମୁନା ପ୍ରଧାନ, ନନ୍ଦିନୀ ମଲ୍ଲିକ, ରୂପିତା ମାଝୀ, ଚମ୍ପି ମଳିକ ବାସନ୍ତୀ ମଳିକ, ସହଯୋଗ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।