MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବ୍ଲକସ୍ତରୀୟ ସ୍କୁଲ କ୍ରିଡ଼ା ପ୍ରତିଯୋଗିତା ଉଦ୍‌ଯାପିତ


ଆଗରପଡ଼ା,ତା୧୫/୯: ଆଗରପଡ଼ା ସ୍ଥିତ କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବନ୍ତ ବ୍ଲକ ସ୍କରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ, ପୁରୁଷଣ୍ଢ ନଂଚାୟତ ସରପଞ୍ଚ ପ୍ରକାଶ ବିଶ୍ୱାଳ, ବ୍ଲକ କ୍ରୀଡା ସଂପାଦକ ମନୋଜ ଶଙ୍ଖୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଆଝାରୁଦ୍ଧିନ ଅତିଥି ପରିଚୟ ଏବଂ ଧୀରେନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକର ମୋଟ ୩୩ ଗୋଟି ବିଦ୍ୟାଳୟରୁ ୨୮୫ ଜଣ ପ୍ରତିଯୋଗୀ ଉଭୟ ଜୁନିୟର ଓ ସିନିୟର ବର୍ଗରେ ଅଂଶ ଗ୍ରହଣ କରିଥିଲେ । ବ୍ଲକ କ୍ରୀଡ଼ା ସଂପାଦକ ମନୋଜ ଶଂଖୁଆଙ୍କ ନେତୃତ୍ୱରେ ହାଇସ୍କୁଲ ପ୍ରଧାନଶିକ୍ଷକ ଶରତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆଥେଲେଟିକର ୧୦୦,୨୦୦,୪୦୦ ତଥା ୮୦୦ ମି.ଦୌଡ଼, ସଟ୍‌ଫୁଟ ଡ଼ିସ୍‌କସ୍‌, ଖୋଖୋ, ଲଙ୍ଗଜମ୍ପ ଓ ହାଇଜମ୍ପ ଆଦି ପ୍ରତିଯୋଗିତା୧୫ ବର୍ଷ ଓ ୧୭ବର୍ଷରୁ କମ୍ ବୟସର ବାଳକ ଓ ବାଳିକାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯଶୋବନ୍ତ ସିଂହ,ଶିଶିର ଶଂଖୁଆ,ବୀରଭଦ୍ର ପଣ୍ଡା,ଗଣେଶ ଦାସ,ଡ଼ଲିରାଣୀ ଦାସ,ଶମ୍ଭୁନାଥ ମହାନ୍ତି,ବଳଭଦ୍ର ଜେନା,ଉପମନ୍ୟୁ ଖୁଣ୍ଟିଆ, ଅଜୟ ନାୟକ, କୋଦଣ୍ଡଧର ସେଠୀ, ଜନ୍ମେଜୟ ନାୟକ ପ୍ରମୁଖ ଖେଳ ଶିକ୍ଷକମାନେ ବିଭିନ୍ନ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଶେଷରେ କୃତ୍ତି ପ୍ରତିଯୋଗୀଙ୍କୁ ଅଥିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।