February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲାପାଳ ଙ୍କୁ ଭୁଆଁ ବୁଲାଉଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ

ଜିଲ୍ଲାପାଳ ଙ୍କୁ ଭୁଆଁ ବୁଲାଉଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ l ଗୋଳିଆ ପାଣି ଦେଇ ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ l

ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ ସାହୁ)
ନିରୀହ, ଆଦିବାସୀଙ୍କୁ ଲୋକଙ୍କୁ ଗୋଳିଆ ପାଣି ଯୋଗାଣ କରି ନିରାପଦ ପାନୀୟ ଜଳ ଯୋଗାଣ କରାଯାଉଥିବା ନେଇ ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଙ୍କ ରିପୋର୍ଟ କୁ ଆଧାର କରି ଏହି ରିପୋର୍ଟ ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ଅଛି । ଯାହାକୁ କି ଅଞ୍ଚଳବାସୀ ଆଦ୍ୱ ଗ୍ରହଣ କରି ପାରି ନାହାନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଜିଲ୍ଲାପାଳ ଙ୍କୁ ଭୁଲ ତଥ୍ୟ ପ୍ରଦାନ କରି ଭୁଆଁ ବୁଲାଉଥିବା ନେଇ ତାତିଛନ୍ତି ଅଞ୍ଚଳବାସୀ । ବିଶୁଦ୍ଧ ଜଳ ଯୋଗାଣ ନେଇ ଏକ ଖବର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଉକ୍ତ ଖବରକୁ ରାଜେଶ କୁମାର ବଗର୍ତ୍ତି ଏହାକୁ ଏକ୍ସ ମାଧ୍ୟମରେ ବିଭିନ୍ନ ବିଭାଗ ଟ୍ୟାଗ କରିଥିଲେ । ହେଲେ ଗତ ୧୨ ତାରିଖ ଦିନ ଦାରିଙ୍ଗବାଡି ବିଡ଼ିଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କ ରିପୋର୍ଟ କୁ ଆଧାର କରି ଜିଲ୍ଲାପାଳ ଙ୍କୁ ଜଳ ଯୋଗାଣ ସମ୍ପର୍କୀତ ଏକ ଚିଠି (୪୨୦୮/୧୨.୦୯.୨୦୨୪) କରିଛନ୍ତି ।

ଜିଲ୍ଲାପାଳ ଙ୍କୁ ଜଳ ଯୋଗାଣ ସମ୍ପର୍କୀତ ଏକ ଚିଠି (୪୨୦୮/୧୨.୦୯.୨୦୨୪)… ମୋ ଟିଭି ଓଡିଶା

ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଦାରିଙ୍ଗବାଡି ବ୍ଲକରେ ୭୩ ଗୋଟି ଜଳ ଯୋଗାଣ ପ୍ରକଳ୍ପ,୧୯୫ ଗୋଟି ସୋଲାର ଜଳ ଯୋଗାଣ ପ୍ରକଳ୍ପ ଓ ୨୪୮୮ ଟି ନଳକୂପ ରହିଥିବା ବେଳେ ୧୦ ଗୋଟି ଜଳ ଯୋଗାଣ ପ୍ରକଳ୍ପ ରେ ଫିଲଟର ସ୍ଥାପନ କରାଯାଇଥିଲା ବେଳେ ସବୁ ଗୁଡ଼ିକ ସଠିକ୍ ପରିଚାଳନା ହେଉଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ହେଲେ ବାସ୍ତବରେ କିନ୍ତୁ ଅଲଗା । ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଞ୍ଚାୟତ ରହିଛି । ଉକ୍ତ ପଞ୍ଚାୟତ ଗୁଡ଼ିକରେ ଯେଉଁ ସୋଲାର ଜଳ ପ୍ରକଳ୍ପ ରହିଛି ସେଠୁ ବିଶୁଦ୍ଧ ଜଳ ମିଳୁଥିବା ବେଳେ ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପ ଗୁଡ଼ିକରୁ ବିଶୁଦ୍ଧ ଜଳ ମିଳୁନାହିଁ ।

ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ଗୋଳିଆ ପାଣି ଆସୁଛି । ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ପ୍ରକଳ୍ପ ରେ ଆସୁଥିବା ପାଣି ଲୋକେ କେବେ ମଧ୍ୟ ପିଇବା ପାଇଁ ବ୍ୟବହାର କରିନାହାନ୍ତି । ଉକ୍ତ ପାଣି ଲୁଗା ପଟା ସଫା, ଗାଧୋଇବା ଓ ବାସନ ମାଜିବା ଓ ଚାଷ କାମରେ ବ୍ୟବହାର ହେଉଛି । ହେଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଉକ୍ତ ଗୋଳିଆ ପାଣି କୁ ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା ଚିଠି ମାଧ୍ୟମରେ ଡିଣ୍ଡିମ ପିଟୁଛି । ଦାରିଙ୍ଗବାଡି ହେଡ୍ କ୍ୱାଟର ଅଞ୍ଚଳରେ ଯୋଗାଣ ହେଉଥିବା ପାଣି ଗୋଳିଆ ପାଣି । ଖାଲି ଦାରିଙ୍ଗବାଡି କଥା ନୁହଁ ସିମନବାଡ଼ି, ସୁଲୁମାହା,ଗଦାପୂର, କିରିକୁଟି, କାଟିଙ୍ଗିଆ, ଗୁମିକିଆ ,ବୁଡ଼ାଗୁଡା ଓ ଦନେକବାଡ଼ି ଭଳି ଅନେକ ପଞ୍ଚାୟତ ଅଞ୍ଚଳର ଗାଁ ଗୁଡିକୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଠାରୁ ହିଁ ଗୋଳି ପାଣି ଯୋଗାଣ କରାଯାଉଛି ।

ଟାଙ୍କି ଗୁଡ଼ିକ ନଦୀ କଡ଼ରେ କରାଯାଇଥିବା ହେତୁ ଯେତେବେଳେ ନଦୀର ପାଣି ଯେମିତି ସେମିତି ପାଣି ଯୋଗାଣ ହେଉଛି । ହେଲେ ବିଭାଗ ଗୋଳିଆ ପାଣି କୁ ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା ଜିଲ୍ଲାପାଳ ଙ୍କୁ ତଥ୍ୟ ପ୍ରଦାନ କରିବା ଚିନ୍ତା ଜନକ ଘଟଣା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯେଉଁ ପାଣି କୁ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ନିରାପଦ ପାନୀୟ ଜଳ କହୁଛନ୍ତି ଉକ୍ତ ପାଣି କୁ ଅଧିକାରୀ ପିଇବେ କି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।ଅଧିକାରୀ ନିଜ ଘରେ ବ୍ରାଣ୍ଡ କମ୍ପାନୀର ଫିଲଟରରୁ ବିଶୁଦ୍ଧ ପାଣି ପିଉଥିବା ବେଳେ ଲୋକଙ୍କୁ ଗୋଳିଆ ପାଣି ଯୋଗାଣ କରି ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା କଥା କହିବା ହାସ୍ୟସ୍ପଦ ବୋଲି ଅଞ୍ଚଳବାସୀ କହିଛନ୍ତି । ସହକାରୀ ଯନ୍ତ୍ରୀ ଭୁଲ ତଥ୍ୟ ପ୍ରଦାନ କରିଥିବା ଯୋଗୁଁ ତାଙ୍କ ଉପରେ ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।