ଖୋର୍ଦ୍ଧା : ୨୦/୦୪: ବିଶିଷ୍ଟ କ୍ରୀଡାବିତ୍, କ୍ରୀଡା ପ୍ରଶିକ୍ଷକ ତଥା ସଖାସଘ କ୍ରୀଡା ସଂସଦ ବରିଷ୍ଠ ଉପଦେଷ୍ଟା ସ୍ବର୍ଗତ ରାଜ କିଶୋର ଦାସ ଥିଲେ କ୍ରୀଡା ଜଗତ ର ଜଣେ ଉଜ୍ବଳ ତାରକା ବୋଲି ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ପଞ୍ଚାୟତ ତାଳପଡା ତାଙ୍କ ନିଜସ୍ବ ଗ୍ରାମରେ ଅନୁଷ୍ଠିତ ପ୍ରଥମ ଶ୍ରଦ୍ଧାଞ୍ଜଳୀ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରଥମେ ସ୍ବର୍ଗତ ରାଜ ସାର ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରାଦ୍ଧ ସୁମନ ଅର୍ପଣ କରାଯାଇଥିଲା।
ଅନୁଷ୍ଠିତ ଶୋକ ସଭାରେ ସମାଜସେବୀ ଅପର୍ତି ଜେନା ସଭାପତିତ୍ବ କରିଥିବାବେଳେ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ସାହୁ,ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ, ଉଦଘୋଷଣ ଦୀପ୍ତି ରଞ୍ଜନ ପାଇକରାୟ, ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ପୁରୋହିତ ପ୍ରମୁଖଙ୍କ ସମେତ ଅନେକ ତାଙ୍କ ଶୁଭେଚ୍ଛୁ ଉପସ୍ଥିତ ରହି ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ପ୍ରଦାନ କରିବା ସହିତ କ୍ରୀଡା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ।
ମଂଚ ପରିଚାଳନା କରିଥିଲେ ଶିକ୍ଷାବିତ ତମୋଳ ଲୋଚନ ପ୍ରଧାନ ଓ ଧନ୍ଯବାଦ ଦେଇଥିଲେ ତାଙ୍କ ବଡ ପୁତ୍ର ଅମିତାଭ ପଟ୍ଟନାୟକ। ତାଙ୍କ ସାନ ପୁତ୍ର ଅବିନାଶ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ସଖା ସଂଘ କ୍ରୀଡା ସଂସଦ ନିରାକାରପୁରର ଉପଦେଷ୍ଟା ବିଶ୍ବନାଥ ବେହେରା, ମହେଶ୍ୱର ବେହେରା, ଦିଗମ୍ବର ବଳିୟାରସିଂହ, ମୀନକେତନ ବେହେରା, ମନୋଜ ପ୍ରଧାନ ଓ ନିରାକାରପୁର ରାମଦୟା ପରିଷଦ ସଂପାଦକ ଗଂଗାଧର ତ୍ରିପାଠୀ, ଶିକ୍ଷାବିତ୍ ଗଂଗା ନାରାୟଣ ଦାଶ, ସମାଜସେବୀ ଲକ୍ଷ୍ମୀଧର ସାମନ୍ତରାୟ, ଶୁଭମ ଦାଶ ପ୍ରମୁଖ ଯୋଗ ଦେଇଥିଲେ l
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ