ଜନଶୁଣାଣି ପୋର୍ଟାଲ ଏବଂ ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ଆଗୁଆ ପଞ୍ଜୀକରଣ ବ୍ୟବସ୍ଥା
ମୋ ଟିଭି ଓଡିଶା / ଭୁବନେଶ୍ୱର ତା-୧୯.୦୯.୨୦୨୪
ଆସନ୍ତା ସେପ୍ଟେମ୍ବର ୨୩ ତାରିଖ-ସୋମବାରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ।
ବର୍ତ୍ତମାନ ସୁଦ୍ଧା ୨୬୫ ପଞ୍ଜୀକରଣ
ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦେବାକୁ ଥିବା ଜନସାଧାରଣଙ୍କ ପାଇଁ ଆଜି ଠାରୁ ଉଦ୍ଦିଷ୍ଟ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହୋଇଛି । ସେଦିନ ପଞ୍ଜୀକୃତ ସର୍ବାଧିକ ୧୦୦୦ ଦରଖାସ୍ତକାରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ । ୨୩ ତାରିଖ ସୋମବାର ୧୧ଟା ସମୟରୁ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।
ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ସରକାରୀ ବାସଗୃହ ନମ୍ବର ଭିଆଇଆଇଆଇଏମଆର-୪ ଠାରେ ଏହି ଜନଶୁଣାଣି ଅନୁଷ୍ଠିତ ହେବ । ଆବେଦନକାରୀ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥି ସହିତ ଜନସାଧାରଣ ଯେପରି ସେଠାରେ ସୁବିଧାରେ ସେମାନଙ୍କର ଅଭିଯୋଗ ଦେଇପାରିବେ, ସେଥିପାଇଁ ଆନୁଷଙ୍ଗିକ ପ୍ରସ୍ତୁତି କରାଯାଉଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।