MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରତିଶୃତି ପରେ ପ୍ରତ୍ୟାହୃତ ହେଲା ଧାରଣା


ମୋ ଟିଭି ଓଡିଶା / ଭଦ୍ରକ,୧୯/୯:

ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି । ଗତ ୧୮ ତାରିଖରୁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ସୂଚନା ଅଧିକାର କର୍ମୀ ବିକାଶ ଧଳ, ବିପ୍ଲବ ହୋତା, ଶଶୀ ଜେନା, ରତିକାନ୍ତ ସାହୁ ଓ ଅନ୍ୟାନ୍ୟ କର୍ମୀ ଗୁରୁବାର ଜିଲ୍ଲା ଶିକ୍ଷାଧିାକାରୀ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେବା ପରେ ଧାରଣାରୁ ଓହରି ଥିବା ଜଣାପଡ଼ିଛି ।

ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ନିରଞ୍ଜନ ପଣ୍ଡା ଦୀର୍ଘ ୨୦ ବର୍ଷ ଧରି ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଥିବା ବେଳେ ନାନାଦି ପ୍ରଶାସନିକ ଅନିୟମିତତାରେ ଲିପ୍ତ ରହୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା,ସୂଚନା ଅଧିକାର ଆଇନରେ ସୂଚନା ମାଗିଲେ ଶ୍ରୀ ପଣ୍ଡା ତାଙ୍କ ବିଭାଗର ସୂଚନା ପ୍ରଦାନ ନକରିବା ଏବଂ ବିଭିନ୍ନ ବ୍ଳକ ଶିକ୍ଷାଧିକାରୀଙ୍କ ଅଧିନରେ

ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମଧ୍ୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଆଦିକୁ ନେଇ ଅଭିଯୋଗ ପତ୍ରରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସଡ ଯଦି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ୧୮ ତାରିଖରେ ସୂଚନା ଅଧିକାର କର୍ମୀ ବିକାଶ ଧଳ,ବିପ୍ଲବ ହୋତା,ଶଶୀ ଜେନା,ରତିକାନ୍ତ ସାହୁ ଓ ଅନ୍ୟାନ୍ୟ କର୍ମୀ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେବାସହ ଏହାର ଏକକିତା ନକଲ ଜିଲ୍ଲାପାଳ,ଏସପି,ସିଡ଼ିଏମଓ ଭଦ୍ରକ ଏବଂ ଆଇଆଇସି ପୁରୁଣା ବଜାରଙ୍କୁ ପ୍ରେରଣ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।